ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ୨ କୋଭିଡ଼୍‍ ଯୋଦ୍ଧା

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳରେ ପୁଣି ଦୈନିକ ସଂକ୍ରମଣ ଚିହ୍ନଟ ଶତକ ଟପିଛି । ଆଜି୧୫୩ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସରକାରୀ ଭାବେ ଘୋଷଣା କରିଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୬ ଜଣ କୋଭିଡ଼ ଯୋଦ୍ଧା ଅଛନ୍ତି । ଫୁୂଲବାଣୀରୁ ସର୍ବାଧିକ ୫୧ ଜଣ ଚିହ୍ନଟ ହୋଇଥିବା ବେଳେ ,ଜି.ଉଦୟଗିରିରୁ ୧୦ଜଣ , କ.ନୂଆଗାଁରୁ ୭ଜଣ , ଟିକାବାଲିରୁ ୯ ଜଣ , ତୁମୁଡ଼ିବନ୍ଧରୁ ୪ଜଣ , ଚକାପାଦରୁ ୯ଜଣ , ରାଇକିଆରୁ ୨ଜଣ , ଦାରିଙ୍ଗବାଡ଼ିରୁ ୩ଜଣ , ଖଜୁରିପଡ଼ାରୁ ୭ଜଣ , ବାଲିଗୁଡ଼ାରୁ ୩୫ଜଣ , ଫିିରିଙ୍ଗିଆରୁ ୧୨ଜଣ ଓ ଅନ୍ୟାନ୍ୟ ୨ଜଣ ସହିିତ ଅନ୍ୟ ଜିଲାରେ ମଧ୍ୟ କନ୍ଧମାଳର ୨ ଜଣ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରୁ ବର୍ତମାନ ସୁଦ୍ଧା ୩୭୧୬ଜଣ ଚିହ୍ନଟ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର ସରକାରୀ ଭାବେ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିବା ବେଳେ ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି । ୨୮୬୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବାକି ୮୩୦ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ତେବେ ରିପୋର୍ଟ ପ୍ରକାରେ ପ୍ରଥମଥର ପାଇଁ କନ୍ଧମାଳ ଜିଲାରେ ସଂକ୍ରିୟ ସଂକ୍ରମିତ ସଂଖ୍ୟା ୮୦୦ ଟପିଛି । ଅନ୍ୟପକ୍ଷରେ ଆଜି ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଇଛନ୍ତି କୋଭିଡ଼୍ ଯୋଦ୍ଧା ତଥା ଫୁଲବାଣୀ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ବ୍ଳକର କେସିୟର୍ ଶଙ୍କର ପ୍ରସାଦ ପଣ୍ଡା । କାର୍ଯ୍ୟାଳୟର କର୍ମଚାରୀ ମାନେ ଉଭୟ ଯୋଦ୍ଧାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ସେହିଭଳି ଦିନକୁ ଦିନ ଫୁଲବାଣୀ ସହରର ସ୍ଥିତି ସଙ୍ଗିନ୍ ହେଉଥିବା ବେଳେ ଏକ ସପ୍ତାହ ମଧ୍ୟରେ ଖୋଦ୍ ଫୁଲବାଣୀରେ ସଂକ୍ରମିତ ସଂଖ୍ୟା ୫୦୦ରୁ ଉର୍ଦ୍ଧରେ ପହଞ୍ଚିଲାଣି । ଏହାକୁ ଦୃଷ୍ଟିରେ ରଖି ଆଜି ବଣିକ ସଂଘ ପକ୍ଷରୁ ଫୁଲବାଣୀ ସହରର ସମସ୍ତ ଦୋକାନ ବଜାରକୁ ୭ ଦିନ ପାଇଁ ବନ୍ଦ ରଖିବା ପାଇଁ ଏକ ପ୍ରସ୍ତାବ ଦେଇଥିବା ସହର ବଣିକ ସଂଘର ସଭାପତି ଅଶୋକ ପଟନାୟକ ପ୍ରକାଶ କରିଛନ୍ତି । ଏନେଇ ସୋମବାର ଲିଖିତ ଭାବେ ବଣିକ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ ଏଥିରେ ବଜାରରେ କୌଣସି ବ୍ୟକ୍ତି କୋଭିଡ଼୍ ନିୟମ ପାଳନ କରୁନାହାନ୍ତି ବୋଲି ଉଲ୍ଲେଖ କରାଯିବା ସହିତ କେତେକେ ଗ୍ରାହକ ମାନଙ୍କ ଅମାନିଆ ବ୍ୟବହାର ପାଇଁ ବ୍ୟବସାୟୀ ମାନେ ଜୀବନ ଜୀବିକା ବିପନ୍ନ ହେଉଛି ଓ ଜନସାଧାରଣ ନିରାପଦ ମଣୁନାହାନ୍ତି ବୋଲି ଉଲ୍ଲେଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ