ସୁସ୍ଥ ହୋଇ ପାଠପଢିବା ପାଇଁ ଆଶା ବାନ୍ଧିଛି ଆରତୀ;ଚିକିତ୍ସା ରେ ଅର୍ଥ ସାଜିଛି ବାଧକ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଆଖିରେ ଆଖିଏ ଲୁହ, କୋହ ଭରା କଣ୍ଠ ରେ କହୁଛି ଆରତୀ  ମୋତେ ସାହାଯ୍ୟ କରନ୍ତୁ ମୁଁ ପାଠ ପଢିବି, ଦୁର୍ଘଟଣା ରେ ମୁଁ ଅକାମୀ ହୋଇଯାଇଛି,  ଶେଯରୁ ଉଠି ପାରୁନାହିଁ କିମ୍ବା ଚାଲି ପାରୁନାହିଁ ।  ଏମିତି ଏକ ଦୁଃଖ ର କାହାଣୀ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଶୁଣ୍ଢିପଲ୍ଲୀ ଗାଁ ର ଡ୍ରାଇଭର ବାଡତ୍ୟା ଙ୍କ ପରିବାର ରେ । ଡ୍ରାଇଭର ଙ୍କ ପରିବାର କହିଲେ ଦୁଇ ଝିଅ ଓ ସ୍ତ୍ରୀ । ବଡ ଝିଅ ଆରତୀ ଅଜା ଘର ବି,ତୁରୁବୁଡି ଗାଁ ରେ ରହି ପାଠ ପଢୁଥିଲା, ଗତ ବର୍ଷ ଦୀପାବଳି ପର ଦିନ ବ୍ରହ୍ମପୁର ଏକ ଭୋଜି କାର୍ଯ୍ୟ ରେ ଯୋଗ ଦେବା ପାଇଁ ମୋପେଡ୍ ରେ ଯାଉଥିବା ବେଳେ ହଠାତ୍ ବିପରୀତ ଦିଗରୁ ଏକ କାର୍ ସହିତ  ଧକ୍କା  ହୋଇଥିଲା । ଘଟଣା ସ୍ଥଳରେ ଆହତ ହୋଇଥିବା ଆରତୀ କୁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏଥିପାଇଁ ଡ୍ରାଇଭର ଙ୍କ ପରିବାର ପ୍ରାୟ ତିନି ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିସାରିଛନ୍ତି । ବ୍ରହ୍ମପୁର ଠାରୁ ଆରମ୍ଭ କରି ଭୁବନେଶ୍ବର ଯାଏଁ ବୁଲିଛନ୍ତି କିନ୍ତୁ କୌଣସି ଲାଭ ହୋଇନାହିଁ । ଦୁର୍ଘଟଣା ରେ ଜଙ୍ଘ ରୁ ମାଂସ କାଟି ଅପରେସନ୍ ହୋଇଛି ଗୋଡ ରେ ।ଭାବିଥିଲେ ଆରତୀ ସୁସ୍ଥ ହୋଇଯିବ କିନ୍ତୁ ସମ୍ଭବ ହୋଇ ପାରିନାହିଁ ।ମୁତ୍ରାସୟ ମଧ୍ୟ ଅପରେସନ୍ ହେବାକୁ ଥିବା ଯୋଗୁଁ ଖଟିଆ ରେ ବସିରହୁଛି ଆରତୀ ।ଆଉ ଟିକିଏ ଚାଲିବାକୁ ହେଲେ ଦରକାର ହେଉଛି ଷ୍ଟ୍ରକଚର୍ । ମୁତ୍ରାସୟ କୁ ଲାଗିଛି ପାଇପ୍ । ମୁତ୍ରାସୟ    ଠିକ୍ ହୋଇ ନ ଥିବା ଯୋଗୁଁ ବଢିଛି ଯନ୍ତ୍ରଣା । ଏବେ ଅର୍ଥ ସାଜିଛି ବାଧକ ।   ଝିଅ କୁ ଭଲ କରିବା ପାଇଁ ଗରିବ ବାପା, ମାଆ ବହୁ ଟଙ୍କା ଖର୍ଚ୍ଚ କରିସାରିଛନ୍ତି, କିନ୍ତୁ ମୁତ୍ରାସୟ ନଳି ଅପରେସନ୍ ହୋଇପାରୁନାହିଁ । ତେଣୁ  ସରକାରୀ ସ୍ତରରେ ହେଉ ବେସରକାରୀ ସ୍ତରରେ ସାହାଯ୍ୟ ମିଳିଲେ ଆରତୀ ସୁସ୍ଥ ହୋଇପାରନ୍ତା ଓ ଆରତୀ ପାଠ ପଢିବା ପାଇଁ ଯେଉଁ ଇଛା ରଖିଛି ପୁରଣ ହୋଇପାରନ୍ତା ବୋଲି କହିଛନ୍ତି ବାପା ଓ ଗ୍ରାମବାସୀ ।  ଦୁର୍ଘଟଣାରେ ଅକାମୀ ହୋଇ ପଡିଥିବା ଆରତୀ କୁ ସହାୟତା ମିଳିଲେ ଉପକୃତ ହୋଇପାରିବେ ଏହି ପରିବାର ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ