କନ୍ଧମାଳର କବି ନୃସିଂହାନାଥ ମହାପାତ୍ରଙ୍କୁ ପାରାଦ୍ୱୀପ ରେ ସାରସ୍ୱତ ସମ୍ମାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଜଗତସିଂହପୁର ଜିଲା ପାରଦୀପ ଠାରେ ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପୂଜ୍ୟପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରମୁଖ ବ୍ୟକ୍ତି ବିଶେଷ ଓ ରାଜ୍ୟର ବୁହ ବିଶିଷ୍ଠ କବି ଓ ସାହିତ୍ୟକମାନେ ଯୋଗ ଦେଇଥିଲେ । ପରିଷଦର ସଭାପତି ସୁଲେନ୍ଦୁ କୁମାର ଦାସ ଓ ସଂପାଦକ ରବୀନ୍ଦ୍ର କୁମାର ମଲ୍ଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଫୁଳବାଣୀର ବିଶିଷ୍ଟ କବି ତଥା ସାହିତ୍ୟକ ନୃସିଂହାନାଥ ମହାପାତ୍ରଙ୍କୁ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଛି।ନୃସିଂହନାଥ ମହାପାତ୍ର ପେସାରେ ଜଣେ ସରକାରୀ କର୍ମଚାରୀ । ପିଲାଟି ଦିନରୁ ସାହିତ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଛି। ଫୁଲବାଣୀ ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାଙ୍କର ସାରସ୍ବତୀ କୃତି ଆଦୃତ ଲାଭ କରିଛି । କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ଏହାସହିତ ତାଙ୍କର ସାହିତ୍ୟକୃତୀ ପାଇଁ ସେ ବିିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ସାହିତ୍ୟ ପାଇଁ ସମର୍ପିତ ଶ୍ରୀ ମହାପାତ୍ର ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନରେ ସାମ୍ମାନିତ ହୋଇଥିବାରୁ ତାଙ୍କୁ ବିିଭିନ୍ନ ମହଲରେ ଶୁଭେଚ୍ଛା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ