ସୂଚନା ଅଧିକାର ଆଇନରେ ମହାଖୋଲାସା ପୋଲିସ୍ ଅଫିସରଙ୍କ ନିଯୁକ୍ତି ଏବଂ ବଦଳିରେ ରାଜନୈତିକ ହସ୍ତକ୍ଷେପ
ଭୁବନେଶ୍ୱର(ଜୁଗାବ୍ଦ ନ୍ୟୁଜ୍): ରାଜ୍ୟରେ ପୋଲିସ୍ ଅଧିକାରୀଙ୍କର ବିଭିନ୍ନ ଥାନା ଏବଂ ଜିଲ୍ଲାରେ ନିଯୁକ୍ତି ବା ବଦଳି ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକ ଏବଂ ଦଳୀୟ କର୍ମକର୍ତ୍ତାଙ୍କ ସୁପାରିଶ କ୍ରମେ ହୋଇଥିବାର ତଥ୍ୟ ସୂଚନା ଅଧିକାର ଆଇନ୍ ବଳରେ ଲୋକଲେଚନକୁ ଆସିଛି ।
ଓଡ଼ିଶା ସୂଚନା ଅଧିକାର ଅଭିଯାନର ସଦସ୍ୟ ତଥା ସୂଚନାଧିକାର କର୍ମୀ ବିଶ୍ୱଜିତ୍ ମହାନ୍ତି ପୋଲିସ୍ ଅଫିସରମାନଙ୍କ ନିଯୁକ୍ତି ଏବଂ ବଦଳି ସମ୍ପର୍କରେ ୨୦୧୫ ମସିହାରେ ଗୃହ ବିଭାଗକୁ ମାଗିଥିଲେ । କିନ୍ତୁ ପୋଲିସ୍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଏହି ତଥ୍ୟ ଦେବାକୁ ମନା କରିଦେଇଥିଲେ । ଏହାପରେ ଶ୍ରୀ ମହାନ୍ତି ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ସୂଚନା କମିଶନର ଏହି କେସ୍ର ଶୁଣାଣୀ କରି ଜନ ସୂଚନା ଅଧିକାରୀଙ୍କୁ ତୁରନ୍ତ ସୂଚନା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ୍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୧.୫.୨୦୧୫ରୁ ୧୫.୧୨.୨୦୧୬ ମଧ୍ୟରେ ବିଭିନ୍ନ ଥାନାର ଥାନା ଅଧିକାରୀ, ଡ଼ିଏସ୍ପି, ଅତିରିକ୍ତ ଏସ୍.ପି. ଏବଂ ଓ.ଏସ୍.ଏ.ପି. ବଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡରଙ୍କର ବଦଳି ପାଇଁ ରାଜନେତାମାନଙ୍କ ଠାରୁ ୮୧ଟି ସୁପାରିଶ କରାଯାଇଥିଲା । ଏହା ମଧ୍ୟରୁ ଅଣ ବିଜେଡ଼ି ଦଳର ୫ଜଣ ନେତା ପୋଲିସ୍ ଅଫିସରଙ୍କର ବଦଳି ଏବଂ ନିଯୁକ୍ତି ପାଇଁ ଚିଠି ଲେଖିଥିଲେ । ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି କେବଳ ୭ଟି ଚିଠି ଲେଖିଥିଲେ । ଏହା ବ୍ୟତୀତ ବିଜେଡ଼ି ଦଳର ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ୭୧ଟି ଚିଠି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଦେଇଛନ୍ତି । ସେହିପରି ୨୧.୬.୨୦୧୭ରୁ ୧୨. ୧୨. ୨୦୧୮ ମଧ୍ୟରେ ଶାସକ ଦଳର ବିଧାୟକ, ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ପୋଲିସ୍ ଅଫିସରଙ୍କ ବଦଳି ପାଇଁ ସମୁଦାୟ ୮୨ଟି ଚିଠି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଦେଇଛନ୍ତି ।
ତିର୍ତ୍ତୋଲ ବିଧାୟିକା ଡଃ ରାଜଶ୍ରୀ ମଲ୍ଲିକ ପାରାଦ୍ୱୀପରେ ଏସ୍ଡ଼ିପିଓ ଭାବେ ଜଣେ ପୋଲିସ୍ ଅଫିସରଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ । ଉକ୍ତ ପୋଲିସ୍ ଅଫିସରଙ୍କ ନାମରେ ଭିଜିଲାନ୍ସ କେସ୍ ଥିବାବେଳେ ଡକ୍ଟର ମଲ୍ଲିକ ତାଙ୍କୁ ଦକ୍ଷ ପୋଲିସ୍ ଅଫିସର ଏବଂ ସେ ବହୁତ ମେଡ଼ାଲ ପାଇଛନ୍ତି ବୋଲି ତାଙ୍କ ସୁପାରିଶରେ ଯୁକ୍ତି ବାଢିଥିଲେ ।
ସେହିପରି ଓ.ଏସ୍.ଏ.ପି. ବଟାଲିୟନରେ ମଧ୍ୟ ନିଯୁକ୍ତି ଏବଂ ବଦଳିରେ ବିଜୁ ଜନତା ଦଳର ମନ୍ତ୍ରୀ, ବିଧାୟକମାନେ ହସ୍ତକ୍ଷେପ କରିଛନ୍ତି । ୮.୫.୨୦୧୫ରୁ ୨୦.୬.୨୦୧୭ ମଧ୍ୟରେ ବିଜେଡ଼ିର ମନ୍ତ୍ରୀ, ବିଧାୟକ ଏବଂ ଏମ୍ପିମାନେ ୫୭ଟି ସୁପାରିଶ ପଠାଇଛନ୍ତି । ଏଥିମଧ୍ୟରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁ ସମୁଦାୟ ୧୧ଟି ଚିଠି ଲେଖି ବଟାଲିୟନର ବିଭିନ୍ନ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ଏବଂ ନିଯୁକ୍ତି ପାଇଁ ଚିଠି ଲେଖିଛନ୍ତି । ୩୨ଜଣ ମନ୍ତ୍ରୀ ଯଥା ବିଜୟଶ୍ରୀ ରାଉତରାୟ, ପ୍ରଫୁଲ୍ଲ ମଲ୍ଲିକ ଏବଂ ପ୍ରଦୀପ ମହାରଥୀ ପ୍ରମୁଖ ଅନେକ ଚିଠି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଲେଖିଛନ୍ତି ।
ପୋଲିସ୍ ଅଧିକାରୀମାନଙ୍କ ନିଯୁକ୍ତିରେ ଶାସକ ଦଳର ବିଧାୟକ ଏବଂ ମନ୍ତ୍ରୀମାନଙ୍କର ଅଯଥା ହସ୍ତକ୍ଷେପ ଯୋଗୁଁ ଅନେକ ସ୍ଥାନରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ପୋଲିସ୍ ପ୍ରଶାସକ ମୁକାବିଲା କରିବାରେ ସମର୍ଥ ହୋଇପାରି ନାହିଁ । ମାନ୍ୟବର ମନ୍ତ୍ରୀ ଶ୍ରୀ ବଦ୍ରିନାରାୟଣ ପାତ୍ର କେଉଁଝର ଜିଲ୍ଳାରେ ଶାସନ ବ୍ୟବସ୍ଥା ଭୁଷୁଡ଼ି ପଡ଼ିବା ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପଦଜନକ ଅବସ୍ଥାରେ ପହଞ୍ôଚବା ସମ୍ପର୍କରେ ଉଲ୍ଲେଖ କରି ୨୩.୨.୧୮ରେ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଲିଖିତ ଭାବେ ଜଣାଇଥିଲେ ଯେ, ପୋଲିସ୍ ଦୋଷୀମାନଙ୍କୁ ବର୍ଷ ବର୍ଷ ଧରି ଆରେଷ୍ଟ କରୁନାହାଁନ୍ତି । କଳାଟଙ୍କାର ବ୍ୟାପକ ପ୍ରସାର ଯୋଗୁଁ ଅସାମାଜିକ ବ୍ୟକ୍ତିମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ସାଧାରଣ ଲୋକ ସୁରକ୍ଷିତ ନୁହଁନ୍ତି । ଏହା ସହିତ ସେ ଜଣେ ପୋଲିସ୍ ଅଧିକାରୀଙ୍କୁ ଏସ୍.ଡ଼ି.ପି.ଓ. ଭାବେ ନିଯୁକ୍ତି ପାଇଁ ସୁପାରିଶ କରିଥିଲେ । ରାଜ୍ୟରେ ପୋଲିସ୍ କାର୍ଯ୍ୟକଳାପ ବା ପୋଲିସ୍ ତଦନ୍ତ କେତେ ଦୟନୀୟସ୍ଥିତିରେ ପହଞ୍ôଚଛି, ତାହା ନିମ୍ନମତେ ପ୍ରଦାନ କରାଗଲା ।
୨୦୧୫ ମସିହାରେ ୨,୨୮୬ଟି ନାରୀ ଧର୍ଷଣ ଉପରେ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୮୦୫ଟି ଅଭିଯୋଗ ବି•ରଧୀନ ଥିଲା । ସେହିପରି ୧,୪୭୩ଟି ହତ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୬୯୮ଟି ଅଭିଯୋଗ •ଲୁ ରହିଥିଲା । ସେହିପରି ୨୦୧୬ ମସିହାରେ ୨,୧୪୪ଟି ନାରୀ ଧର୍ଷଣ ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୭୯୪ଟି ବି•ରଧୀନ ଥିଲା ଏବଂ ୧,୩୨୮ଟି ହତ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ୬୭୪ଟି ବି•ରଧୀନ ଥିଲା । ୨୦୧୭ ମସିହାରେ୨,୨୧୨ଟି ନାରୀ ଧର୍ଷଣ ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୮୨୦ଟି •ଲୁ ରହିଥିଲା ଓ ୨୦୧୮ ମସିହାରେ ୧, ୨୬୭ଟି ହତ୍ୟା ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୬୨୪ଟି ତଦନ୍ତ •ଲୁରହିଛି ।
ରାଜ୍ୟରେ ପୋଲିସ୍ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ୨୦୧୫ ଏବଂ ୨୦୧୬ରେ ରାଜ୍ୟରେ ପୋଲିସ୍ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪୨୨ ଅପରାଧୀ ଏବଂ ୨୭୫ ଧର୍ଷଣକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିଥିଲା । (ଉକ୍ସସଜ୍ଞର ଜରମକ୍ଟକ୍ସୟ ଈଙ୍କକ୍ସରବଙ୍କ) ତଥ୍ୟ ଅନୁଯାୟୀ ୨୦୧୬ରେ ଦେଶରେ ମହିଳାଙ୍କ ବିରୁଦ୍ଧରେ ନିର୍ଯ୍ୟାତନାରେ ଓଡ଼ିଶା ତୃତୀୟ ପ୍ରମୁଖ ରାଜ୍ୟ ଭାବେ ସ୍ଥାନ ପାଇଥିଲା ।
ଓଡ଼ିଶା ସରକାରୀ କର୍ମ•ରୀ ଆଚରଣ ସଂହିତା ନିୟମାବଳୀ ୧୯୫୯ର ୨୩ ରୁଲ୍ ଅନୁଯାୟୀ ‘କୌଣସି ସରକାରୀ କର୍ମ•ରୀଙ୍କର ବଦଳି, ନିଯୁକ୍ତିି ଏବଂ ପଦୋନ୍ନତି ପାଇଁ କୌଣସିି ସରକାରୀ ବା ବେସରକାରୀ ବ୍ୟକ୍ତି ପ୍ରଭାବ ପକାଇ ପାରିବେ ନାହିଁ’ । କିନ୍ତୁ ଏହି ନିୟମାବଳୀରେ ଖୋଲାଖୋଲି ଉଲଂଘନ ହୋଇଛି ଏବଂ କୌଣସି ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ସୂଚନାଧିକାର କର୍ମୀମାନେ ଅଭିଯୋଗ କରିଥିଲେ । ତେଣୁ ପୋଲିସ୍ ଅଧିକାରୀମାନଙ୍କ ନିଯୁକ୍ତି ଏବଂ ବଦଳି ରାଜନୈତିକ ପ୍ରଭାବରୁ ମୁକ୍ତ କରି ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ନିଯୁକ୍ତି ଦେବାକୁ ଓସା ତରଫରୁ ଦାବଶ ହୋଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟବୃନ୍ଦ ତଥା ସୂଚନାଧିକାର କର୍ମୀ ବିଶ୍ୱଜିତ୍ ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ ଏବଂ ଅଶୋକ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।