ସୂଚନା ଅଧିକାର ଆଇନ ସଚେତନତା ଅଭିଯାନ
ନିମାପଡା, (ସନ୍ତୋଷ ଦାଶ):ସୂଚନା ଅଧିକାର ଆଇନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ସୂଚନା ଆଇନ ର ବ୍ୟାପକ ବ୍ୟବହାର ଓ ଓଡ଼ିଶା ରେ ଏକ ସ୍ଵଚ୍ଛ ନିର୍ମଳ ଓ ଦୁର୍ନୀତି ମୁକ୍ତ ରାଜ୍ୟ ଭାବେ ଗଢି ତୋଳିବା ଆଭିମୁଖ୍ୟ ନେଇ ଓଡ଼ିଶା ସୂଚନା ଅଧିକାର ଅଭିଯାନ ର ଜୀତେନ୍ଦ୍ର ସାହୁ ଓ ଶ୍ରୀ କାନ୍ତ ପାକଳ ଙ୍କ ନିର୍ଦ୍ଦେଶ ରେ ଆଜି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ର ଚାରି ଛକ ଠାରେ ଏକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ।ପୁରୀ ଜିଲ୍ଲା ଆବାହକ ଦିବାକର ନାୟକ ନିମାପଡ଼ା ବ୍ଲକ୍ ଆବାହକ ସନ୍ତୋଷ ପ୍ରଧାନ, ନିରଞ୍ଜନ ସାହୁ ଗୋପ ବ୍ଲକ ଆବାହକ ସୁଦର୍ଶନ ସ୍ୱାଇଁ ଙ୍କ ସମେତ କୋଡ଼ିଏ ରୁ ଉର୍ଦ୍ଧ କର୍ମୀ ଯୋଗଦେଇ ଥିଲେ । ସୂଚନା ଅଧିକାର ଆଇନ ଓ ଏହାର ପ୍ରୟୋଗ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥଲା ।


