ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରତିଷ୍ଠା
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ସହରର ମାଣିଖମ୍ବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି)ର ଏକ ଶାଖା ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ଏନସିସିର ସପ୍ତମ ବାଟାଲିଆନର କମାଣ୍ଡିଂ ଅଫିସର କର୍ଣ୍ଣେଲ କେ ଶାନ୍ତା ସିଂ ଏହି ଶାଖାକୁ ଉଦଘାଟନ କରିଥିଲେ । ସେଠାରେ ଆୟୋଜିତ ଏକ ସଭାରେ କର୍ଣ୍ଣେଲ କେ ଶାନ୍ତା ସିଂ ଉପସ୍ଥିତ ରହି ସମର ଶିକ୍ଷାର୍ଥୀ ବାହିନୀର କାର୍ଯ୍ୟଧାରା ଓ ଦାୟିତ୍ୱବୋଧତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ । ବିଶେଷ କରି ଶୃଙ୍ଖଳିତ ଆଚରରଣ ସାଙ୍ଗକୁ ଦୃଢ଼ମନୋବଳ ବୃଦ୍ଧି ଓ ଦକ୍ଷ ତଥା ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଏନସିସି ସହାୟକ ହେବ ବୋଲି ସେ କହିଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପୁରଜିତ ମୁନି ଏହି ସଭାରେ ପୌରୋହିତ୍ୟ କରିଥିଲେ । ବିଦ୍ୟାମନ୍ଦିରର ପରିଚାଳନା ସମିତି ସମ୍ପାଦକ ଭବେନ୍ଦ୍ର କୁମାର ରାଉତ, ଉପ-ସଭାପତି ଯୋଗେନ ଚନ୍ଦ୍ର ରଣା, ସଦସ୍ୟା ବନୀତା ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ରହି ଏନସିସିରେ ସାମିଲ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଏସନିସି ୟୁନିଟ ପାଇଁ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା । ସୁବେଦାର ଟପ ମାନ ଥିଙ୍କ, ସିନିୟର ଆସିଷ୍ଟାଣ୍ଟ ରବିନାରାୟଣ ପଣ୍ଡା, ହାବିଲଦାର ବୀରେନ୍ଦ୍ର ଗୁରୁଙ୍ଗ ଓ ମୁସ୍ତାକ ହୋସେନ ପ୍ରମୁଖ ଚୟନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ମୁଖଖ୍ୟ ପ୍ରଶିକ୍ଷକ ମାନସ ରଂଜନ ବେହେରା ଏଥିରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ଘୋଷବାଦ୍ୟ ସହ କଣ୍ଣେଲ ସିଂହଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାମନ୍ଦିରର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


