ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା – ଜିଲ୍ଲାର ପାଟକୁରା ଥାନା ଅଚଂଳରେ ଜନୈକ ସୂଚନା ଅଧିକାର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ପାଟକୁରା ଥାନା ଅନ୍ତର୍ଗତ ସାନବେତରା ଗ୍ରାମର କାର୍ତ୍ତୀକ ସେଠୀ ନାମକ ଜଣେ ସୂଚନା ଅଧିକାର କର୍ମୀଙ୍କୁ କେତେକ ଦୁବୃର୍ତ୍ତ ଗତ ରବିବାର ରାସ୍ତା ଉପରେ ମରଣାନ୍ତକ ଆକ୍ରମଣ କରିଥିବା ପାଟକୁରା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅଧିକାର କର୍ମୀ ଶ୍ରୀ ସେଠୀ ମଧୁଶାସନ ପଂଚାୟତର କେତେଗୁଡିଏ ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ଗରଦପୁର ବ୍ଲକ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ । ଏଥିରେ ପ୍ରତିହିଂସା ପରାୟଣ ହୋଇ ସଂପୃକ୍ତ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ ସହିତ ଲିପ୍ତଥିବା ଦେବଦତ୍ତ ମହାନ୍ତି,ସୁଦୀପ ମହାନ୍ତି, ଅନନ୍ତ ଜେନା ଓ ଶରତ ବେହେରା ପ୍ରମୁଖ କେତେକ ବ୍ୟକ୍ତି ଗତ ରବିବାର କାର୍ତ୍ତିକଙ୍କୁ ରାସ୍ତାରେ ଦେଖିବା ମାତ୍ରେ ତାଙ୍କ ଜାତିଗୋତ୍ର ନେଇ ଗାଳିଗୁଲଜ କରିବାରେ କାର୍ତ୍ତିକ ପ୍ରତିବାଦ କରନ୍ତେ ସେମାନେ ସଙ୍ଘବଦ୍ଧ ହୋଇ କାର୍ତ୍ତୀକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କାର୍ତ୍ତିକ ନିଜ ଜୀବନ ବଚଂଇବାକୁ ଦୈାଡି ଯାଇ ନିକଟରେ ଥିବା ଏକ ଦୋକାନ ଘରଭିତରେ ପଶିଯିବାରୁ ଦୁବୃତ୍ତମାନେ ଛାଡିଦେଇ ଚାଲିଯାଇଥିଲେ । ଏ ସମ୍ପର୍କରେ କାର୍ତ୍ତିକ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ୩୨୨/୨୦୧୯ରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୧୪୭, ୩୪୧, ୨୨୩, ୨୯୪, ୫୦୬, ୧୪୯, ୩ଆଇ.ଆର.ଏସ, ୨(ଭିଏ)ଏସସି, ଏସଟି(ପିଓଏ)ଆକ୍ଟରେ ମାମଲା ଦାୟର ହୋଇଥିବା ସୂଚନା ମିଳିଛି । ଏସମ୍ପର୍କରେ ସ୍ଥାନୀୟ ଦଳିତ ବର୍ଗର ନେତୃତ୍ୱ ଏବଂ ସୂଚନା ଅଧିକାର ଅଭିଯାନର କର୍ମକର୍ତ୍ତାମାନେ ଏସପି ନୀତି ଶେଖରଙ୍କୁ ଭେଟି ଅଭିଯୋଗ କରିବା ପରେ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଏସପି ଏଚ.ଆର.ପି.ସି.ଡିଏସପିଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ