ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମା ମାଡ଼ ଘଟଣାକୁ ନିନ୍ଦା କଲା ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ରାତିରେ ଧର୍ମଶାଳା ଅଞ୍ଚଳର ବିଶିଷ୍ଟ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହେରା ଓ ସାମ୍ବାଦିକ ସୁଶାନ୍ତଙ୍କ ଗାଡ଼ି ଉପରକୁ ଦୁବୃର୍ତ୍ତମାନେ ୪ଟି ବୋମା ମାଡ଼ କରି ସର୍ବେଶ୍ୱରଙ୍କୁ ମାରିଦେବା ପାଇଁ ଚେଷ୍ଟା କରିଥିଲେ । ଭାଗ୍ୟବଶତଃ ସେ ବଞ୍ôଚ ଯାଇଛନ୍ତି ଓ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିିତ ହେଉଛନ୍ତି । ନିର୍ଭୟର ସାମ୍ବାଦିକ ମଧ୍ୟ ଆହାତ ହୋଇଛନ୍ତି । ସର୍ବେଶ୍ୱର ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ଲୁଟ୍ ଘଟଣାକୁ ଲୋକଲୋଚନକୁ ଆଣିଥିଲେ ଓ କେଲୁଅ ନଦୀର ମାମୁଭଣଜା ଘାଇ ଭଙ୍ଗା ନେଇ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ ଓ ଏଥିରେ ଉତକ୍ଷିପ୍ତ ହୋଇ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏ କାମ କରିଥିବାର ଅନୁମାନ କରାଯାଉଛି । ଏହା ଆଗରୁ ନିଆଳି, କେନ୍ଦ୍ରାପଡ଼ା ଆଦି ଅଞ୍ଚଳର ସୂଚନା ଅଧିକାର କର୍ମୀଙ୍କୁ ଜୀବନରେ ମାରି ଦିଆଯାଇଛି ଓ ରାଜ୍ୟର ଅନେକ ଅଞ୍ଚଳର ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ କରାଯାଉଛି । ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଏପରି ଆକ୍ରମଣ ଓ ରାଜନୈତିକ ହିଂସାକୁ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଦୃଢ ଭାବରେ ବିରୋଧ କରୁଛି । ଏପରି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତୁରନ୍ତ ଓ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ମଞ୍ଚ ପୋଲିସ୍ ଉଚ୍ଚାଧିକାରୀଙ୍କ ପାଖରେ ଦୃଢ ଦାବି ଜଣାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ