ସୂଚନା ଅଧିକାର ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବୀରେ ‘ଓସା’ର ବିକ୍ଷୋଭ

ଭୂବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍): ସୂଚନା ଅଧିକାର ଅଭିଯାନ ତରଫରୁ ସୂଚନା ଅଧିକାର ଆଇନକୁ ମୋଦି ସରକାର ପରିବର୍ତ୍ତନ କରିବା ସହ ସୂଚନା କମିଶନରମାନଙ୍କ ସ୍ୱାଧିନତା ଓ ସ୍ୱତନ୍ତ୍ରତା ସଂମ୍ପ୍ରୂ୍ଣ୍ଣ ଧ୍ୱଂସ କରିଦେବା ସୂଚନା ଅଭିଯୋଗ କରିବା ସହ ତୁରନ୍ତ ପ୍ରତ୍ୟାହାର କରିବା ନିମନ୍ତେ ସଂଶୋଧନ ବିଲକୁ ବିରୋଧ କରି ଓସା ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସଂଶୋଧନ ନକରିବା ପାଇଁ ମୋଦି ସରକାରଙ୍କୁ ନିବେଦନ କରିଛନ୍ତି । ଆଜିର ଏହି ବିକ୍ଷୋଭରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ, ଶ୍ରୀକାନ୍ତ ପାକଳ, ଜିତେନ୍ଦ୍ର ସାହୁ ବଟକୃଷ୍ଣ ପ୍ରଧାନ, ରଞ୍ଜୁଲତା ମହାପାତ୍ର, ଦିବାକର ନାୟକ, ଭକ୍ତି ଚରଣ ପଲେଇ, ଅନିଲ୍ କୁମାର ମଲ୍ଲିକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ