ସୂଚନା ପ୍ରଦାନ ଅବହେଳା ପ୍ରତିବାଦରେ ସୂଚନାଧିକାର କର୍ମୀଙ୍କ ଅନଶନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଓସ୍ଡ୍ମା କର୍ତ୍ତୃପକ୍ଷଙ୍କ ସୂଚନା ପ୍ରଦାନରେ ଅବହେଳା ପ୍ରତିବାଦରେ ରାଜ୍ୟର ବିଶିଷ୍ଟ ସୂଚନାଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ ଭୁବନେଶ୍ୱରସ୍ଥିତ ରାଜୀବ ଭବନ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ଫେବୃୟାରୀ ୨୫ ତାରିଖ ମଧ୍ୟରେ ସୂଚନା ପାଇଁ ଓସ୍ଡ୍ମା ଅଧିକାରୀ ପ୍ରତିଶ୍ରୁତି ଦେଲା ପରେ ଶ୍ରୀ ପ୍ରଧାନ ଅନଶନ ପ୍ରତ୍ୟାହାର କରିଥିଲ । ଗତ ବର୍ଷ ସେପ୍ଟେମ୍ବର ମାସ ୯ ରିଖରେ ପ୍ରଦୀପ ପ୍ରଧାନ ସୂଚନା ଅଧିକାର ଆଇନ୍ ବଳରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ଦୁର୍ବିପାକ ପ୍ରଶମନ କର୍ତ୍ତୃପକ୍ଷ (ଓଏସ୍ଡିଏମ୍ଏ)ଙ୍କୁ ବାତ୍ୟା ସମୟରେ ଆସ୍କା ଲାଇଟ୍ କ୍ରୟ ଏବଂ ଏହାର ବ୍ୟବହାର ପାଇଁ ହୋଇଥିବା ଖର୍ଚ୍ଚ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଇଟିଙ୍ଗ ଆରେଷ୍ଟର ସ୍ଥାପନ ପାଇଁ ହୋଇଥିବା ଖର୍ଚ୍ଚ, କେନ୍ଦ୍ରାପଡ଼ା ଜିଲ୍ଲାର ବଗପାଟିଆ ଥଇଥାନ ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟରେ ହୋଇଥିବା ଖର୍ଚ୍ଚର ବିଲ୍ ଏବଂ ଭାଉଚର, ବିଭିନ୍ନ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ସମ୍ପର୍କିତ ତଥ୍ୟ ମାଗିଥିଲେ । ଜନ ସୂଚନା ଅଧିକାରୀ ଗତବର୍ଷ ଅକ୍ଟୋବର ମାସ ୧ ତାରିଖରେ ୪ଟି ଦରଖାସ୍ତ ଗ୍ରହଣ କରିଥିଲେ । ସୂଚନା ଆଇନ୍ର ଧାରା ୭ (୧) ଅନୁଯାୟୀ ଦରଖାସ୍ତ ପାଇବାର ୩୦ ଦିନ ମଧ୍ୟରେ ଅର୍ଥାତ୍ ନଭେମ୍ବର ଗତବର୍ଷ ୧ ତାରିଖରେ ଧ୍ୟରେ ସୂଚନା ପ୍ରଦାନ କରିବା କଥା ନଚେତ୍ ସୂଚନା ପାଇଁ ଅର୍ଥ ପଇଠ ପାଇଁ ଚିଠି ଆବେଦନକାରୀଙ୍କୁ ଦେବା କଥା । କିନ୍ତୁ ଜନ ସୂଚନା ଅଧିକାରୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଚିଠି ଦେଇଥିବା ଦର୍ଶାଇବାକୁ ଯାଇ ପଛ ତାରିଖ ତଥା ଗତବର୍ଷ ଅକ୍ଟୋବର ମାସ ୩୧ ତାରିଖରେ ପକାଇ ଅକ୍ଟୋବର ମାସ ୨୦୧୯ ବର୍ଷରେ ଅର୍ଥ ପଇଠ ପାଇଁ ଚିଠି ଲେଖିଥିଲେ ଯାହାକି ବେଆଇନ୍ ଥିଲା । ପୁଣି ଜନସୂଚନା ଅଧିକାରୀ ମିଛ କହି ତଥ୍ୟ ପ୍ରଦାନ କରିବାକୁ ମନା କରିଥିଲେ । ଏହା ବିରୁଦ୍ଧରେ ଶ୍ରୀ ପ୍ରଧାନ ଅକ୍ଟୋବର ମାସ ୧୬ ତାରିଖରେ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରଥମ ଅପିଲ୍ କରି ସମସ୍ତ ସୂଚନା ବିନା ମୂଲ୍ୟରେ ପ୍ରଦାନ ପାଇଁ ଦାବୀ କରିଥିଲେ । ଚଳିତ ବର୍ଷ ଜାନୁୟାରୀ ମାସ ୨୧ ତାରିଖରେ ପ୍ରଥମ ଅପିଲ୍ କର୍ତ୍ତୃପକ୍ଷ ମୋର ପ୍ରଥମ ଅପିଲ୍କୁ ଶୁଣାଣୀ କରି ଜନ ସୂଚନା ଅଧିକାରୀଙ୍କୁ ମାଗଣାରେ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜନ ସୂଚନା ଅଧିକାରୀ କୌଣସି ତଥ୍ୟ ପ୍ରଦାନ କରିନଥିଲେ । ଫଳରେ ଶ୍ରୀ ପ୍ରଧାନ ଏହାର ପ୍ରତିବାଦରେ ରାଜୀବ ଭବନ ସମ୍ମୁଖରେ ଅନଶନ କରିବା ପାଇଁ ଓସ୍ଡ୍ମାର ପରିଚାଳନା ନିର୍ଦ୍ଦେଶକଙ୍କୁ ୧୨.୨.୨୦ରେ ଚିଠି ଲେଖିଥିଲେ । ପୂର୍ବ ନିଷ୍ପତ୍ତି ମୁତାବକ ଶ୍ରୀ ପ୍ରଧାନ ରାଜୀବ ଭବନ ସମ୍ମୁଖରେ ପହଞ୍ôଚଲା ପରେ ପୋଲିସ୍ ଅଧିକାରୀମାନେ ଏପରି କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ନିବେଦନ କରିବା ସହ ଓସ୍ଡ୍ମା ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଶ୍ରୀ ପ୍ରଧାନଙ୍କ ଦୀର୍ଘ ସମୟ ଆଲୋଚନା ପରେ ଫେବୃୟାରୀ ୨୫ ମଧ୍ୟରେ ସୂଚନା ପ୍ରଦାନ ପାଇଁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଳେ । ଏହା ପରେ ଶ୍ରୀ ପ୍ରଧାନ ଅନଶନ ନ କରି ଫେରିଥିଲେ । ପ୍ରଧାନଙ୍କ ସହ ସୂଚନାଧିକାର କର୍ମୀ ସଂଯୁକ୍ତା ପାଣିଗ୍ରାହୀ, ଜିତେନ୍ଦ୍ର ସାହୁ, ସୁଧୀର ମହାନ୍ତି, ନାମାଧିକାର କର୍ମୀ ଶ୍ରୀଅଖଣ୍ଡ, ଶ୍ରୀକାନ୍ତ ପାକଳ ପ୍ରମୁଖ ଥିଲେ ।