ଏଥର ରାଜ୍ୟରେ ୫ ଲକ୍ଷ ୬୦ ହଜାର ପରିକ୍ଷାର୍ଥୀ
ଭୁବନେଶ୍ୱର: ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନର ମାତୃଭାଷା ପରୀକ୍ଷାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପୂର୍ବ ଯୋଜନା ମୁତାବକ ବିଧବାର ନିର୍ଦ୍ଧାରିତ ସମୟରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ଅଭିମୁଖେ ଯାଇଥିଲା । ଏହା ପରେ ବିଦ୍ୟାର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ତନ୍ନ ତନ୍ନ କରି ଛାତ୍ରଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ମାନେ ପହଞ୍ଚି ସକାଳ ୧୦ ଟାରେ ପରୀକ୍ଷା ଆରମ୍ଭ ହୋଇଥିଲ । ଚଳିତ ବର୍ଷ ମୋଟ ୨୮୮୮ କେନ୍ଦ୍ର କରାଯାଇଥିବା ବେଳେ ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ୯୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିସହ କପି ରୋକିବା ପାଇଁ ସରକାର , ଶିକ୍ଷା ବିଭାଗ , ଓ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥିସହ ପରୀକ୍ଷା କେନ୍ଦ୍ର ଗୁଡିକରେ ଲାଗିଥିବା ସିସିଟିଭି ଫୁଟେଜ ଉପରେ ନଜର ରଖାଯାଇଛି ।


