ସୂଚନା ଫଳକରେ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ସୀମିତ!

କୋଦଳା: (ଗୁଲସନ୍ କୁମାର କର) ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବାଲିଆଝର ଗ୍ରାମରେ ଆମ ଗାଁ ଆମ ବିକାଶ କାର‌୍ୟ୍ୟକ୍ରମ ନାମରେ ପାଣ୍ଠିକୁ ହଡ଼ପ କରିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ୨୦୧୮-୨୦୧୯ ଆର୍ଥିକ ବର୍ଷରେ ଏହି ଗ୍ରାମରେ ଗୋଷ୍ଠୀକେନ୍ଦ୍ର ନିର୍ମାଣ ପାଇଁ ସୂଚନା ଫଳକ ତିଆରି ହୋଇଛି। କିନ୍ତୁ ଏହାର ସତ୍ୟତା ହିଁ ନାହିଁ। ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କାର‌୍ୟ୍ୟ ୨୦ ଫେବ୍ରୁଆରୀ୨୦୧୯ ରୁ ଆରମ୍ଭ ହୋଇଛି ବୋଲି ଉଲ୍ଲେଖ ରହିଛି।ଏହା କେବଳ ସୂଚନା ଫଳକରେ ହିଁ ସୀମିତ ରହିଥିବା ଦେଖାଦେଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ କେଉଁଠି ବି ଗୋଷ୍ଠୀ କେନ୍ଦ୍ର ନିର୍ମାଣ ହୋଇନାହିଁ। ପ୍ରଶ୍ନ ଉଠୁଛି ଯେ ଚାରି ମାସ ହେଲାଣି କାର‌୍ୟ୍ୟ ଆରମ୍ଭ ହେଲାଣି ବୋଲି ଦର୍ଶାଯାଇଛି କିନ୍ତୁ ଏଯାଏ ଆରମ୍ଭ ମଧ୍ୟ ହୋଇନାହିଁ ।ଏଣୁ ଗୋଷ୍ଟି ଅଧିକାରୀ ଏହି ଉପରେ କାର‌୍ୟ୍ୟାନୁଷ୍ଠାନ ନେବା ଦରକାର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ