ସୂର୍ଯ୍ୟରେଖାର ସ୍ଥିତି କହିଦିଏ ମଣିଷର ସ୍ୱଭାବ

କୁହାଯାଏ ହସ୍ତରେଖାର ରେଖା ହୋଇଥାଏ ମଣିଷର ଭାଗ୍ୟ । ଆମ ପାପୁଲିରେ ଅନେକ ରେଖା ଅଛି । ତେବେ ସେଗୁଡିକ ମଧ୍ୟରେ ଚାରୋଟି ପ୍ରମୁଖ ରେଖା ଅଛି । ସେଗୁଡିକ ହେଉଛି ଜୀବନରେଖା, ହୃଦୟରେଖା, ଭାଗ୍ୟ ରେଖା ଓ ସୂର୍ଯ୍ୟ ରେଖା । ଏଗୁଡିକ ମଧ୍ୟରୁ ସୂର୍ଯ୍ୟରେଖା ଅଧିକ ପ୍ରଭାବଶାଳୀ ବୋଲି କୁହାଯାଏ । ଅନେକ ଲୋକଙ୍କ ହାତରେ ଭଲ ଭାଗ୍ୟ ରେଖା ଥାଏ । କିନ୍ତୁ ସୂର୍ଯ୍ୟରେଖା ନଥିଲେ ଏହି ରେଖା କିଛି ପରିଣାମ ଦିଏ ନାହିଁ ବୋଲି କୁହାଯାଏ । ସମସ୍ତଙ୍କ ହାତରେ ସୂର୍ଯ୍ୟରେଖା ସମାନ ଆକାରରେ ଅବା ସମାନ ସ୍ଥିତିରେ ନଥାଏ । ତା ହେଲେ ଆସନ୍ତୁ ଜାଣିବା ହାତରେ ସୂର୍ଯ୍ୟ ରେଖାର ସ୍ଥିତି ଅନୁଯାୟୀ ପରିଣାମ ସମ୍ପର୍କରେ। ଯେଉଁ ବ୍ୟକ୍ତିଙ୍କ ହାତରେ ସୂର୍ଯ୍ୟରେଖା ସହିତ ମସ୍ତିଷ୍କ ରେଖା ଢ଼ଳି ରହିଥାଏ, ସେ କଳା ଓ ସାହିତ୍ୟ କ୍ଷେତ୍ରରେ ସଫଳ ହୁଏଅନ୍ତି । ଯାହାର ହାତରେ ସୂର୍ଯ୍ୟରେଖା ସ୍ପଷ୍ଟ ଭାବେ ଦେଖାଯାଏ ସେ ସମ୍ବେଦ ନଶୀଳ, ଦୟାଳୁ ଓ ଉଦାର ପ୍ରକୃତିର ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ସମାଜରେ ଉଚ୍ଚ ପଦପଦବୀ ମିଳେ । ଯେଉଁମାନଙ୍କ କ୍ଷେତ୍ରରେ ସୂର୍ଯ୍ୟ ରେଖା ଅନ୍ୟ କୌଣସି ରେଖା ସହ ସଂଯୁକ୍ତ ନ ହୋଇ ମଙ୍ଗଳ ଦେଇ ଆରମ୍ଭ ହୋଇଥାଏ, ସେମାନଙ୍କୁ ଜୀବନର ସଂଘର୍ଷ ଓ କଠିନ ପରିଶ୍ରମ କରିବାକୁ ପଡିଥାଏ । ଅବଶ୍ୟ ପରେ ସେମାନଙ୍କୁ ସଫଳତା ମିଳିଥାଏ । ଯାହାର ସୂର୍ଯ୍ୟ ରେଖା ଉପରେ ଚକ୍ର ଥିବ ସେ ପ୍ରତିଭାବାନ ହୁଅନ୍ତି । ତାଙ୍କର ସଫଳତା ବ୍ୟାପକ ହୋଇଥାଏ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ