ସୂର୍ଯ୍ୟ ଙ୍କ ବିୟୋଗ ରେ ଶୋକସଭା ଅନୁଷ୍ଠିତ

ମୋହନା, (ଅଂଶୁମାନ ପଣ୍ଡା):ପୂର୍ବତନ ମନ୍ତ୍ରୀ, ବାଚସ୍ପତି ତଥା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ବିୟୋଗ ରେ ମୋହନା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଏକ ଶୋକ ସଭା ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ମୋହନା ନିର୍ବାଚିତ ମଣ୍ଡଳୀ ର ମୋହନା, ଆର. ଉଦୟଗିରି, ନୂଆଗଡ଼ ଏବଂ ରାୟଗଡା ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ବିଜେଡି କର୍ମୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ସ୍ବର୍ଗତ ପାତ୍ର ୧୯୯୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ମୋହନା ନିର୍ବାଚନ ମଣ୍ଡଳୀ ର ବିଧାୟକ ଥିଲେ l ଅନୁଷ୍ଠିତ ଶୋକ ସଭା ରେ ସ୍ବର୍ଗତ ପାତ୍ର ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ତାଙ୍କର ଜନହିତକର କାର୍ଯ୍ୟ ଏବଂ ମୋହନା ଅଞ୍ଚଳ ନିମନ୍ତେ ତାଙ୍କ ଅବଦାନ କୁ ସ୍ମରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ବିଜେଡି ଉପ ସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗ, ଦଣ୍ଡାସି ସାହୁ, ଆର. ଉଦୟଗିରି ବ୍ଲକ ସଭାପତି ଭୀମ ପାଇକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ମୋହନା ବ୍ଲକ ସାସଂଦ ପ୍ରତିନିଧି ଭାସ୍କର ସାହୁ, ଜ଼ିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ମଳିକ, ଜ଼ିଲ୍ଲା ଯୁବ ବିଜୁ ଜନତା ଦଳ ଉପ ସଭାପତି ଫିରୋଜ ପଟ୍ଟନାୟକ ଙ୍କ ସମେତ ବହୁ ସଂଖ୍ୟା ରେ ବିଜେଡି କର୍ମୀ ଯୋଗ ଦେଇଥିଲେ ସେଇପରି ମୋହନା ହିଲଟପ ମହାବିଦ୍ୟାଳୟ ପରିଶ୍ୱର ରେ ଶୋକ ସଭା ଅନୁଷ୍ଠିତ ହେଇଥିଲା ଛାତ୍ର ଛାତ୍ରୀ ଅଧ୍ୟପକ ଅଧ୍ୟପିକା ଯୁକ୍ତ ଦୁଇ ଯୁକ୍ତ ତିନି ର ଅଦକ୍ଷ୍ୟ ଅଧ୍ୟପିକା ଅଧ୍ୟପକ ଉପସ୍ଥିତ ରେ ଶୋକ ସଭା ପାଳନ ହେଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ