ସୂର୍ଯ୍ୟ ଦର୍ଶନ ପାଇଁ ଓଡିଶାର ହିମାଳୟ ମହେନ୍ଦ୍ରଗିରି ଚଳଚଞ୍ଚଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପୁରାଣ ପ୍ରସିଦ୍ଧ ଓ ଓଡିଶାର ହିମାଳୟ ଭାବେ ପ୍ରସିଦ୍ଧି ଲାଭ କରିଥିବା ମହେନ୍ଦ୍ରଗିରି ଗଜପତି ଜିଲ୍ଲାରେ ଅବସ୍ଥିତ. ପ୍ରାକୃତିକ ପରିବେଶରେ ପରିପୂର୍ଣ, ପୁରାଣରେ ବର୍ଣିତ ବହୁ ପୁରାତନ ଶୈବପୀଠ ଏବଂ ଅତି ପୁରାତନ ବିଭିନ୍ନ ମନ୍ଦିର ଆଦି ନେଇ ମହେନ୍ଦ୍ରଗିରିକୁ ପ୍ରାୟ ପ୍ରତେକ ଦିନ ଛୁଟି ଥାଏ ଭକ୍ତଙ୍କ ଭିଡ଼. ହେଲେ ପ୍ରତେକ ବର୍ଷର ନବବର୍ଷରେ ମହେନ୍ଦ୍ରଗିରିରେ ଦେଖାଯାଏ ଏକ ଭିନ୍ନ ଓ ନିଆରା ପରମ୍ପରା. ଅତି ଭୋର ସକାଳୁ ସକାଳୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ମହେନ୍ଦ୍ରଗିରିର ଶିଖରରେ ପହଞ୍ଚି ନବ ବର୍ଷର ସୂର୍ଯ୍ୟଦେୟକୁ ଦର୍ଶନ କରି ସୂର୍ଯ୍ୟଙ୍କୁ ପୂଜା ପାଠ ଓ ଅର୍ଘ୍ୟ ଅର୍ପଣ କରି ସୂର୍ଯ୍ୟଦେବଙ୍କ ଆଶିଷ ଲାଭ କରିଥାନ୍ତି. ଚଳିତ ବର୍ଷ ମଧ୍ୟ ୨୦୨୪ ନବ ବର୍ଷରେ ମହେନ୍ଦ୍ରଗିରି ଶିଖରରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା. ମହେନ୍ଦ୍ରଗିରି ଶିଖରରେ ସୂର୍ଯ୍ୟଉଦୟକୁ ସ୍ୱାଗତ ଜଣାଇ ସୂର୍ଯ୍ୟଦେବଙ୍କୁ ପୂଜା ପାଠ କରିଥିଲେ. ପରେ ମହେନ୍ଦ୍ର ଶିଖରର ଶୈବ ପୀଠରେ ରହିଥିବା ଗୋ କର୍ଣଶ୍ୱର ମନ୍ଦିର, ଯୁଧିଷ୍ଠିର ମନ୍ଦିର, କୁନ୍ତୀ ମନ୍ଦିର, ଭୀମ ମନ୍ଦିର, ମହେନ୍ଦ୍ରଗିରିରେ ବିରାଜମାନ ପର୍ଶୁରାମ ଓ ହନୁମାନଙ୍କ ପ୍ରତିମୂର୍ତ୍ତି ଆଦି ଦର୍ଶନ କରିବା ସହ ପୂଜା ପାଠ କରିଥିଲେ. ଭକ୍ତ ପର୍ଯ୍ୟଟକ ମାନେ ସେଠାରେ ନିଜ ନିଜ ପରିବାର ଓ ବନ୍ଧୁ ବର୍ଗଙ୍କ ସହ ବଣ ଭୋଜି କରି ଶୀତ ଦିନିଆ ମହେନ୍ଦ୍ରଗିରିର ପ୍ରାକୃତିକ ଶୋଭା ଓ ପରିବେଶର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ. ଏଠାରେ ସୂଚନାଯୋଗ୍ୟଯେ ମହେନ୍ଦ୍ରଗିରିରେ ଆମିଷ ଭକ୍ଷଣ ସମ୍ପୂର୍ଣ ନିଷେଧ. ତେଣୁ ଭକ୍ତମାନେ କେବଳ ସମ୍ପୂର୍ଣ ନିରାମିଷ ଓ ସାଧା ବଣ ଭୋଜିରେ ଆନନ୍ଦର ଅସାର ଜମାଇଥିଲେ. ଗତକାଲି ନବ ବର୍ଷ ୨୦୨୪ ର ପ୍ରଥମ ଦିନରେ ଭୋର ସକାଳୁ ଆରମ୍ଭ କରି ଅପରାହ୍ନ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ଦେଖା ଦେଇଥିଲା. ଗତ ୨୦୨୩ ପୁରୁଣା ବର୍ଷ ଗଲା, ୨୦୨୪ ନୂଆ ବର୍ଷ ଆରମ୍ଭ ହୋଇଛି। ବର୍ଷଟି ଭଲରେ କିପରି କଟିବ ଏନେଇ ସମସ୍ତଙ୍କ ମନରେ ରହିଥାଏ ଆଶା ଓ ଭରସା। ରବିବାର ରାତ୍ର ଅର୍ଥାତ ଡିସେମ୍ବର ୨୩ ରାତ୍ରରେ ହିଁ ଅନେକ ପର୍ଯ୍ୟଟକ ମହେନ୍ଦ୍ରଗିରି ପାଦ ଦେଶରେ ରାତ୍ରିଯାପନ କରିଥିଲେ। ନୂଆ ବର୍ଷର ନୂଆ ସକାଳର ସୂର୍ଯ୍ୟ ଉଦୟ ଦେଖିବା ପାଇଁ ଗତକାଲି ଭୋର ସକାଳରୁ ମହେନ୍ଦ୍ରଗିରିକୁ ଆସି ପହଞ୍ଚି ଥିଲେ. ଓଡିଶାର ବିଭିନ୍ନ ପ୍ରାନ୍ତରର ଭକ୍ତ ଓ ପର୍ଯ୍ୟଟକଙ୍କ ସହ ଆନ୍ଧ୍ର, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା. ଗଜପତିର ମହେନ୍ଦ୍ରଗିରି ଶିଖରରେ ରହିଥିବା ମହେନ୍ଦ୍ର ଆଶ୍ରମର ମୁଖ୍ୟ ସାଧୁ ଲକ୍ଷ୍ମୀ ବାବା ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କହିଛନ୍ତିଯେ କେବଳ ଓଡିଶା ନୁହେଁ ସୁଦୂର ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ର ଓ ଉତ୍ତରପ୍ରଦେଶରୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଭକ୍ତ ନବ ବର୍ଷରେ ମହେନ୍ଦ୍ରଗିରିଠାରେ ସୂର୍ଯ୍ୟଉଦୟ ଦେଖିବା ପାଇଁ ଆସିଥିଲେ. ମହେନ୍ଦ୍ରଗିରିରେ ସୂର୍ଯ୍ୟୋଦୟର ଦୃଶ୍ୟ ଅତି ମନୋରମ। ସୂର୍ଯ୍ୟ ଉଦୟର ପ୍ରଥମ ଦର୍ଶନ କରିବାର ଆକର୍ଷଣୀୟ ଦୃଶ୍ୟ ଅନ୍ୟତ୍ର ଦୁର୍ଲଭ । ଏହାରପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ ଯେଉଁଠାରେ କି ପ୍ରତେକ ଦିନ ଛଅଟି ରୁତୁ ଉପଲବ୍ଧି କରିହୁଏ ଏବଂ ଏକ ସମୟରେ ଚତୁର୍ଦିଗରେ ୪ଟି ରୁତୁର ବିଭିନ୍ନ ଦୃଶ୍ୟ ପରିଲକ୍ଷିତ ହୋଇଥାଏ. ତେଣୁ କେବଳ ନବ ବର୍ଷର ପ୍ରଥମ ଦିନ ନୁହେଁ ବର୍ଷ ସାରା ପ୍ରତେକ ଦିନ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ମହେନ୍ଦ୍ରଗିରିକୁ ଛୁଟି ଥାଏ. ଗତକାଲି ନବ ବର୍ଷ ଉପଲକ୍ଷେ ମହେନ୍ଦ୍ର ଆଶ୍ରମ ତରଫରୁ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଅର୍ଣ୍ଣ ପ୍ରସାଦ ପ୍ରଦାନ କରାଯାଇଥିଲା. ମହେନ୍ଦ୍ରଗିରି ଠାରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ଓ ସୁଯୋଗ ପାଇଁ ରାଜ୍ୟ ସରକାର ବିହିତ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ଲକ୍ଷ୍ମୀ ବାବା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ