ସୂର୍ଯ୍ୟ ମନ୍ଦିର ପରିସରରେ ସ୍ବଚ୍ଛଭାରତ ଓ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ

କୋଣାର୍କ, (ଗଣେଷ ବେହେରା):ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ପୁରୀଜିଲ୍ଲା ନେହେରୁ ଯୁବକେନ୍ଦ୍ର ସହାୟତାରେ ଫ୍ରେଣ୍ଡସ କ୍ଲବ, ଶିରିପୁର, ବସନ୍ତ ମଞ୍ଜରୀ ପାଠାଗାର ଓ କୋଣାର୍କ ପରିବାର ମିଳିତ ଆନୁକୁଲ୍ୟରେ ସ୍ବଚ୍ଛ ଭାରତ, ପ୍ଲାଷ୍ଟିକ ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନର ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ଓଡିଶାର ଉପନିର୍ଦ୍ଦେଶକ ବିପି ଶାହା ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵ କୁ ସଫେଇ କରାଯାଇଥିଲା। ନେହେରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଭାରତର ଲକ୍ଷ୍ୟ ନେଇ ବିଭିନ୍ନ ପର୍ଯ୍ୟାୟରେ ଗ୍ରୀନ ଇଣ୍ଡିଆ ଓ କ୍ଲିନ ଇଣ୍ଡିଆ କାର୍ଯ୍ୟକ୍ରମ ସଫଳତାର ସହିତ ସଂପାଦିତ ହୋଇଆସୁଛି। ବିଶ୍ବ ଐତିହ୍ୟ କୋଣାର୍କ କୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଯୁବ ସ୍ଵେଚ୍ଛାସେବୀ ମାନଙ୍କୁ ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନର ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ ଓ ଜାତୀୟ ସବୁଜ ବାହିନୀର ଅଧିକାରୀ ରାମକୃଷ୍ଣ ମହାନ୍ତି ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏରବଙ୍ଗ ସମିତି ସଭ୍ୟ ଚନ୍ଦ୍ରକାନ୍ତ ସାହୁ, ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି, ଯୁବ ପରିବେଶବିତ ସୌମ୍ୟରଞ୍ଜନ ବିଶ୍ବାଳ, ଆରପିଡିଓର ସଂପାଦକ ଭାଗୀରଥୀ ସ୍ୱାଇଁ ଓ ସ୍କାଉଟ ଶିକ୍ଷକ ମାନସ କୁମାର ମୁଦୁଲି ପ୍ରମୁଖ ଯୋଗଦେଇ ପ୍ଲାଷ୍ଟିକ ମୁକ୍ତ କୋଣାର୍କ ପାଇଁ ସାମଗ୍ରିକ ପ୍ରୟାସ ଜରୁରୀ ବୋଲି ମତ ପ୍ରକାଶ କରିବା ସହ ଯୁବ ସମାଜ ଏଥିପାଇଁ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସଫେଇରୁ ସଂଗ୍ରହୃତ ୧୦ କଇଣ୍ଟାଲ ପ୍ଲାଷ୍ଟିକ କୋଣାର୍କ ଏନଏସି କୁ ହସ୍ତାନ୍ତର କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ନିରଂଜନ ସାହୁ, କାହ୍ନା ପାତ୍ର, ପ୍ରିୟ ରଞ୍ଜନ ରଥ, ଅନିଲ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ନାୟକ, ଗଣେଶ ଚନ୍ଦ୍ର ସ୍ଵାଇଁ, ହାପିପାତ୍ର, ଶୁଭାଶିଷ ଦାସ, ବାମଦେବ ଆଳୁକ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ