ଓ.ଏ .ଏସ.ପରୀକ୍ଷାରେ ସଫଳ ଦୀପ୍ତିମୟୀଙ୍କୁ ମହାକାଳପଡା ବିକାଶ ମଂଚର ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଯଦୁପୁର ଗ୍ରାମର କାହ୍ନୁ ଚରଣ ନାଥଙ୍କ କନ୍ୟା ଦୀପ୍ତିମୟୀ ଶର୍ମା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୯୪ତମ ସ୍ଥାନ ହାସଲ କରି ଏକ ଉପାନ୍ତ ଅଂଚଳ ରୂପେ ପରିଚିତ ମହାକାଳପଡା ବ୍ଲକ ପାଇଁ ଗୈାରବ ଆଣିଛନ୍ତି । ଏହି ଅବସରରେ ମହାକାଳପଡା ବିକାଶ ମଂଚର ପ୍ରତିଷ୍ଠାତା ସଭାପତି ପରିବେଶବିତ କାଶୀନାଥ ରାଉତରାୟ ମଂଚର ଉପଦେଷ୍ଟା ଓ ଶିକ୍ଷକନେତା ପ୍ରଣବ କୁମାର ଜେନା , ଶିକ୍ଷାବିତ ରମେଶ ଚନ୍ଦ୍ର ସାହୁ, ଭଗବାନ ସାହୁ, ବଙ୍କିମ ଚରଣ ମହାନ୍ତି, ରାଇଗୁରୁ, ସନ୍ତୋଷ କୁମାର ମହାପାତ୍ର, ରାଜେନ୍ଦ୍ର ମହାପାତ୍ର ଓ ମଂଚର ସଂପାଦକ ବିଚିତ୍ରାନନ୍ଦ ବାରିକ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଦୀପ୍ତିମୟୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ଉତ୍ତୋରତର ଉନ୍ନତି କାମନା କରିଥିଲେ । ଏହି ଜନ୍ମ ମାଟିର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ତାଙ୍କ ମା ଗୀତାଞ୍ଜଳୀ ନାଥ ଓ ଦୀପ୍ତିମୟୀ ର ସାନଭାଇ ବିବେକାନନ୍ଦ ଶର୍ମା ଉପସ୍ଥିତ ଥିଲେ । ସମ୍ବର୍ଦ୍ଧିତ ପର୍ବର ଉତ୍ତରରେ ଦୀପ୍ତିମୟୀ କହିଥିଲେ ଯେ ବିକାଶ ମଂଚରେ ଆଦର୍ଶରେ ଅନୁପ୍ରାଣିତ ହୋଇ ମା ଓ ମାଟିର ସେବା କରିବାକୁ ସେ ପ୍ରୟାସ ଜାରି ରଖିବେ । ଭବଷ୍ୟତରେ ସର୍ବଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ତାଙ୍କ ଲକ୍ଷ୍ୟ ରହିଛି ।


