ସୂର‌୍ୟ୍ୟନାରାୟଣ ପାତ୍ରଙ୍କୁ ଦିଗପହଣ୍ଡି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ ) : ଦିଗପହଣ୍ଡି ବ୍ଲକ ଓ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସଦ୍ୟ ନିର୍ବାଚିତ ଦିଗପହଣ୍ଡି ବିଧାୟକ ସୂର‌୍ୟ୍ୟନାରାୟଣ ପାତ୍ରଙ୍କୁ ରାଜଧାନୀ ଭୁବନେଶ୍ବର ସ୍ଥିତ ବାସଭବନରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଦଳୀୟ କର୍ମୀ ଓ ନେତା ମାନେ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । କ୍ରମାଗତ ସପ୍ତମ ଥର ପାଇଁ ସୂର‌୍ୟ୍ୟ ନାରାୟଣ ଦିଗପହଣ୍ଡି ଵିଧାନସଭା ଆସନରୁ ନିର୍ବାଚିତ ହୋଇଥିବାରୁ ଦଳୀୟ କର୍ମୀ ଓ ନେତୃ ମଣ୍ଡଳୀ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଶନିବାର ଯୁବ ନେତା ସଞ୍ଜୟ ପାଣିଗ୍ରାହୀଙ୍କ ନେତୃତ୍ୱରେ ଦିଗପହଣ୍ଡି ବ୍ଲକ ବିଜୁ ଜନତା ଦଳ ଯୁବ ସଭାପତି ଚିତ୍ରସେନ ଗୌଡ଼, ଦିଗପହଣ୍ଡି ଏନଏସି ଯୁବ ସଭାପତି ଶିବଶଙ୍କର ଗୌଡ଼, ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ରଞ୍ଜନ ପାଣିଗ୍ରାହୀ, ବିଜୟ ସାହୁ, କେଦାର ପାଣିଗ୍ରାହୀ, ମିଲନ ପାଣିଗ୍ରାହୀ, ଶିବ ଗୌଡ଼, ଜିତୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ମିଠେଇ ଖୁଆଇ ବିଜୟ ଉତ୍ସବ ପାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ଗୌଡ଼, ଭୈରବ କର, ପିଣ୍ଟୁ ପଣ୍ଡା, ବଳରାମ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଗତ ୩୦ ବର୍ଷ ଧରି ଦିଗପହଣ୍ଡି ଵିଧାନ ସଭା ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖରେ ଭାଗିଦାର ହୋଇ ଆସୁଥିବା ବେଳେ ସର୍ବାଙ୍ଗୀନ ଉନ୍ନତିକୁ ହୃଦବୋଧ କରି ଭୋଟର ମାନେ ପୁନଶ୍ଚ ବିଜୟ କରିଛନ୍ତି ବୋଲି ସୂର‌୍ୟ୍ୟନାରାୟଣ ନିଜ ପ୍ରତିକ୍ରିୟାରେ କହିଥିଲେ । ଚଳିତ ଯୋଜନାରେ ମଧ୍ୟ ସୂର‌୍ୟ୍ୟନାରାୟଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପ୍ରଦାନ କରିବା ପାଇଁ ଶୁଭେଚ୍ଛୁ ମାନେ ଦାବୀ କରିଥିଲେ । ସେହିପରି ବିକାଶର ଧାରାକୁ ଆଗକୁ ନେବାପାଇଁ ଦିଗପହଣ୍ଡି ବାସିନ୍ଦା ସୂର‌୍ୟ୍ୟ ନାରାୟଣଙ୍କୁ ପୁଣି ଥରେ ସୁଯୋଗ ଦେଇଛନ୍ତି ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ