ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଚତୁର୍ଥ ବାର୍ଷିକ ମହୋତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ପରିସରରେ ଛତ୍ରପୁର ସୃଜନ ସାହିତ୍ୟ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ମହୋତ୍ସବ ଭଵ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଅଛି l ସଂସଦ ର ସଭାପତି ଲକ୍ଷ୍ମଣ ପଣ୍ଡା, ସମ୍ପାଦକ ସୋମନାଥ ସାହୁ, ମୁଖ୍ୟ ଅତିଥି ଡ଼. ଶ୍ୟାମା ପ୍ରାସାଦ ମିଶ୍ର, ସମ୍ମାନିତ ଅତିଥି ସୁ ସାହିତ୍ୟିକ ସୁଶାନ୍ତ ଦାସ ଓ ଗଞ୍ଜାମ ଗୋଷ୍ଠି ଶିକ୍ଷା ଅଧିକାରୀ ଭାଗିରଥି ବେହେରା, ମୁଖ୍ୟ ବକ୍ତା ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା ଆଇନ ପରାମର୍ଶ ଦାତା ଶ୍ରୀକାନ୍ତ ମିଶ୍ର ଓ ଶିଶୁ ସାହିତ୍ୟିକ ନିରଞ୍ଜନ ତ୍ରିପାଠୀ ମଂଚାସୀନ ହୋଉଥିଲେ l କାର୍ଯ୍ୟକ୍ରମଟିକୁ ବିଶିଷ୍ଟ ସାହିତ୍ୟିକ ଡ଼. ପ୍ରଶାନ୍ତ କୁମାର ଶତପଥୀ ପରିଚକନା କରିଥିଲେ l ଅନୁଷ୍ଠାନ ମୁଖପତ୍ର ସୃଜନୀ, କବି ଜାତିରାଜ ନାୟକଙ୍କ ସୃଷ୍ଟି ମୋ କଲମଧାରେ, ଗାଳ୍ପିକ ଶ୍ରୀ ପ୍ରକାଶ ଚନ୍ଦ୍ର ମୁନିଙ୍କ ଗଳ୍ପ ସଂକଳନ ବୋଉର ଦୁଃଖ ଓ ଅନ୍ୟାନ୍ୟ ଗଳ୍ପ ଉନ୍ମୋଚନ କରାଗଲା l ବିନୋଦିନୀ ନାୟକ, ଜାତିରାଜ ନାୟକ ଓ ପ୍ରକାଶ ଚନ୍ଦ୍ର ମୁନିଙ୍କୁ ବହି ପ୍ରକାଶନ ନିମନ୍ତେ ସମ୍ବର୍ଦ୍ଧନା କରାଯାଇଥିଲା l ସମାଜ ସେବୀ ତଥା ସାମ୍ବାଦିକ ପ୍ରଶାନ୍ତ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଗଲା l ଡ଼. ପ୍ରଶାନ୍ତ କୁମାର ଶତପଥୀ ଜିଲ୍ଲା, ରାଜ୍ୟ ଓ ବିଦେଶରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଥିବାରୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଗଲା l କାର୍ଯ୍ୟକ୍ରମରେ ଶରତ ମହାପାତ୍ର, ସନ୍ତୋଷ କୁମାର ଦାସ, ମାଧବ ମହାପାତ୍ର, ପ୍ରଫୁଲ ମହାପାତ୍ର, ନରେନ୍ଦ୍ର ପଣ୍ଡା, ବଳରାମ ପଲେଇ, ଶୈଳବାଳା ପାଣିଗ୍ରାହୀ, ୟୁ. ଚନ୍ଦ୍ରଶେଖର, ବସାନ୍ତିଲତା ସ୍ୱାଇଁ, ନରସିଂହ ପଣ୍ଡା, ବିଜୟ ରାଉଳ, ଗାୟତ୍ରୀ ମହାନ୍ତି, ଗୌରହରି ପଣ୍ଡା,ଗୋକୁଳ ପଣ୍ଡା, ରାମଚନ୍ଦ୍ର ବେହେରା, ସୁଧାଞ୍ଜଳି ମିଶ୍ର, ରାମଚନ୍ଦ୍ର ନନ୍ଦ ଉପସ୍ଥିତ ରହିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟଗୁରୁ ମଧୁସ୍ମିତା ପଟନାୟକ ନିଜ ନୃତ୍ୟ ଦଳ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ l ଅଙ୍କିତ ଆଚାର୍ଯ୍ୟ ସୁନ୍ଦର ଶିବ ତାଣ୍ଡବ ପରିବେଷଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ