ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟରେ ଉତ୍କଳ କୃଷି ମେଳା ଆୟୋଜିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଲାଖେମୁଣ୍ଡି ସହର ଉପକଣ୍ଠସ୍ଥ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟରେ ୨ଦିନିଆ “ଉତ୍କଳ କୃଷି ମେଳା” ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏମ୍ଏସ୍ ସ୍ୱାମୀନାଥନ କୃଷି ବିଦ୍ୟାଳୟର ଡିନ୍ ଡ.ଏମ୍ ଦେବେନ୍ଦ୍ର ରେଡ୍ଡୀ ସ୍ୱାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ କୃଷି ଜାଗରଣ ପ୍ରତିଷ୍ଠାତା ଏବଂ ମୁଖ୍ୟ ସମ୍ପାଦକଏମ୍.ସିଡୋମିନିକ୍, ଭାଇସ୍ ଚାନ୍ସଲେର ପ୍ରଫେସର ଡ. ସୁପ୍ରିୟା ପଟ୍ଟନାୟକ, ରେଜିଷ୍ଟ୍ରାର ଡ. ଅନୀତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୫ଶହରୁ ଅଧିକ ସ୍ଥାନୀୟ କୃଷକ ମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ କୃଷି ଏବଂ କୃଷକକର ମହତ୍ତ୍ୱ ବିଷୟରେ ଅଭିଭାଷଣ ଦେଇଥିଲେ । ଡ.ସୁପ୍ରିୟା ପଟ୍ଟନାୟକ କୃଷକ ମାନଙ୍କର ଉନ୍ନତି ଏବଂ ଆୟ ଦୁଇଗୁଣା କରିବା ଉପରେ ଅଭିଭାଷଣ ଦେଇଥିଲେ । ସମ୍ମାନୀୟ ଏମ୍.ସିଡୋମିନିକ୍ କୃଷକ ମାନଙ୍କୁ ଉଦ୍ୟେଗୀ କରାଇବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ଭାଷଣରେ କହିଥିଲେ । ଏହି ସଭାରେ ଗଂଜାମ ଏବଂ ଗଜପତି ଜିଲ୍ଲାର ୨ଜଣ ପ୍ରଗତିଶୀଳ ଚାଷୀଙ୍କୁ ଇଫକୋ ପରିଚାଳକ ଏସ୍.କେ. ଚାଟାର୍ଜୀ ସମ୍ମାନିତ କରିଥିଲେ । ଡ. ଅନୀତା ପାତ୍ର ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜଣାଇଥିଲେ । ବିଶ୍ୱ ବିଦ୍ୟାଳୟ ତରଫରୁ ‘କୃଷି ଉତ୍କର୍ଷ’ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ସମସ୍ତ ଅତିଥି ଡ.ଏସ୍.ପି. ନନ୍ଦ, ଡିନ୍ ଏମ୍.ଏସ୍ କୃଷି ବିଦ୍ୟାଳୟ ଏବଂ ଡ. ସୌରଭ ବରମନଙ୍କ ନିର୍ଦ୍ଦେଶରେ ଆୟୋଜିତ ହୋଇଥିବା ୬୦ଟି ଷ୍ଟ ପରିଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡ. ଚିତ୍ରସେନ ପାଢୀ, ଡ. ସିଦ୍ଧାର୍ଥ ଶର୍ମା, ସମସ୍ତ ପ୍ରଫେସର, କୃଷକ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତଥିଲେ ।