ବାଲ୍ୟବିବାହକୁ ରୋକିବା ନିମନ୍ତେ : ଏକ ଦିନିଆ ତାଲିମ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୪ଗୋଟି ବ୍ଲକ ଯଥା ଗୁମ୍ମା ଗୋଷାଣୀ, କାଶୀନଗର ଓ ରାୟଗଡର ସମସ୍ତ ପୁରୋହିତ, ଧାର୍ମିକ ନେତା ଓ ବିିଭିନ୍ନ ଜାତିର ନେତାଙ୍କୁ ନେଇ ବାଲ୍ୟବିବାହ ରୋକିବା ନିମନ୍ତେ ଏକ ଦିନିଆ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦ୍‌ଗାଟନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇ ଉକ୍ତ ତାଲିମ ଶିଭିରର ଉଦ୍ଦେଶ୍ୟ ବିଷୟରେ ଜଣାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ସମସ୍ତଙ୍କର ସହଯୋଗ ଓ ପ୍ରତ୍ୟକଟି ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଏବଂ ଗ୍ରାମରେ ସଚେତନତା ମାଧ୍ୟମରେ ସମ୍ଭବ ହୋଇପାରିବ ବୋଲି ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ବାଲ୍ୟବିବାହ ଦ୍ୱାରା ଝିଅ ଉପରେ ପଢୁଥିବା ମାନସିକ ଓ ଶାରୀରିକ କୁପ୍ରଭାବ ବିଷୟରେ ଆଲୋକପାତ କରିଥିଲେ । ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ହିରଣ୍ୟ କୁମାର ରାୟ ବାଲ୍ୟ ବିବାହକୁ ରୋକିବା ଦିଗରେ ଆଇନର ଦଣ୍ଡବିଧାନକୁ କଡାକଡି ଭାବରେ ପ୍ରଚଳନ କରିବାର ଆବଶ୍ୟକତା ରହିଛି ବୋଲି ପରିଭଷାଣ ରଖିଥିଲେ । ଅତିରିକ୍ତ ପୋଲିସ ଅଧିକ୍ଷକ ବାମଦେବ ସିଂ ବାଲ୍ୟବିବାହ ଆଇନ-୨୦୦୬ରେ ଥିବା ସମସ୍ତ ଦଣ୍ଡବିଧାନ ଉପରେ ଆଲୋକପାତ କରିଥିଲେ । ଗୋଷାଣୀ ବ୍ଲକର ଶିଶୁବିକାଶ ପ୍ରକଳ୍ପ ଅଧିକାରିଣୀ ଗୌରୀ ନାୟକ ବାଲ୍ୟ ବିବାହକୁ ରୋକିବା ଦିଗରୋ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଜଣାଇଥିଲେ । ଏକ୍ସନ ଏଇଡର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ଜିଲ୍ଲା ତଥା ରାଜ୍ୟ ତଥା ଦେଶରେ ବାଲ୍ୟବିବାହର ସ୍ଥିତ ବିଷୟରେ ଆଲୋକପାତ କରିଥିଲେ । ସାଧନ କର୍ମୀ ସାଇ ପ୍ରସାଦ ବାଲ୍ୟବିବାହ ବିଷୟରେ ସମ୍ୟକ ଧାରଣ ଦେବା ସହ ବାଲ୍ୟବିବାହ ଆଇନ-୨୦୦୬ ବିଷୟରେ ଆଲୋକପାତ କରିଥିଲେ । ପରିଶେଷରେ ଉପସ୍ଥିତ ଥିବା ଅଂଶଗ୍ରହଣକାରୀମାନେ ସେମାନେ ନିଜ ନିଜର ଅନୁଭୂତି ତଥା ସନ୍ଦେହ ସମ୍ପର୍କେ ପଚାରି ବୁଝିଥିଲେ । ଶେଷରେ ୟୁଏନ୍‌ଏଫ୍‌ପିଏର ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ ଶିବିରରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୭୨ ଜଣ ସମସ୍ତ ଧର୍ମର ଧାର୍ମିକ ମୁଖିଆ, ପୁରୋହିତ ଓ ବିଭିନ୍ନ ଜାତିର ମୁଖିଆ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ