ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଋଣମେଳା

ବାଲେଶ୍ୱର, (ସରୋଜ ପଣ୍ଡା) : ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଋଣମେଳା ସହରର ବିବେକାନନ୍ଦ ମାର୍ଗସ୍ଥିତ ମୁଖ୍ୟ ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଶାଖା ପ୍ରବନ୍ଧକ ବିକ୍ରମ ବିଶ୍ୱକର୍ମା, ଭଦ୍ରକ ଶାଖା ପ୍ରବନ୍ଧକ ମୁକେଶ କୁମାର ସାବତ ଓ ମଣିପୁର ଶାଖା ପ୍ରବନ୍ଧକ ମହେଶ କୁମାର ପ୍ରମୁଖ ଏଥିରେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ସଫଳ ରୂପାୟନରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କାର୍ଯ୍ୟଧାରା ଏବଂ ବ୍ୟାଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଋଣ ଓ ରିଆତି ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ହିତାଧିକାରୀମାନେ ନେଉଥିବା ଋଣର ସୁବିନିଯୋଗ ଉପରେ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବାଲେଶ୍ୱର ଓ ଭଦ୍ରକ ଜିଲାର ୮୭ ଜଣ ହିତାଧିକାରୀଙ୍କୁ ୮ କୋଟି ୨୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା ।ଏଥିରେ ସ୍ୱୟଂ ସହାୟିକା ଗୋଷ୍ଠୀ, କ୍ଷୁଦ୍ର ବ୍ୟବସାୟୀ, ପେନସନଧାରୀ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ସମେତ ହିତାଧିକାରୀଙ୍କୁ କୃଷି ଓ ମୁଦ୍ରା ଋଣ ଦିଆଯାଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଋଣ ପ୍ରଦାନ ନିମନ୍ତେ ‘ନୟି ପହଲ’ ନାମକ ଏକ ଅଭିଯାନ ଆରମ୍ଭ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜବାହରଲାଲ ସିଂହ, ଜୟଦେବ ମହାନ୍ତି, ସତ୍ୟାନନ୍ଦ ପାତ୍ର, ରମେଶ ସାହୁ ପ୍ରମୁଖ ସହ-ଶାଖା ପରିଚାଳକମାନଙ୍କ ସମେତ ବ୍ୟାଙ୍କ କର୍ମଚାରୀମାନେ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ