ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିଶୁଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଅଧିନସ୍ଥ ଚଣ୍ଡିଆବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିଶୁଦିବସ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସୁନାମଧନ୍ୟ ବ୍ୟଙ୍ଗ କବି ସୁବାଷ ଚନ୍ଦ୍ର ପାତ୍ର(ବାଇଡଙ୍କ ବାବା), ସମ୍ମାନୀତ ଅତିଥି ଭାବେ ନରେନ୍ଦ୍ର ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ନରେନ୍ଦ୍ର ନାଥ କର, ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ପଳତା, ଅବସରପ୍ରାପ୍ତ ଶିକ୍ଷକ ଗୋପବନ୍ଧୁ ସୁଆର ଏବଂ ବିଦ୍ୟାଳୟର ପରିଚାଳକ ତଥା ସଂପାଦକ ଇଂ.ଉଦୟନାଥ କର ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ବାରା ଦ୍ବୀପ ପ୍ରଜ୍ବଳନ ପୂର୍ବକ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଜବାହରଲାଲ ନେହେରୁ ଏବଂ କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଉପସ୍ଥିତ ଅତିଥି, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗହଣରେ କୁନିକୁନି ପିଲାମାନଙ୍କଦ୍ଵାରା କୌତୁକ ବସ୍ତ୍ର ପରିଧାନର ପ୍ରତିଯୋଗିତା ପରିବେଷଣ କରାଯାଇଥିଲା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉଚ୍ଚ ଶ୍ରେଣୀର ପିଲାମାନଙ୍କର ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ମୁଖ୍ୟଅତିଥି ତଥା ସମ୍ମାନିତ ଅତିଥିମାନେ ଗୁରୁଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ, ଶିଶୁମାନଙ୍କ ପ୍ରତି ଗୁରୁଙ୍କର ନିଷ୍ଠାପର କର୍ତ୍ତବ୍ୟ ପରାୟଣତା, ସଂଯମତା ଓ ଶୃଙ୍ଖଳା ଆଦି ବିଷୟରେ ବିଶେଷ ଜ୍ଞାନ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ବାଇଡଙ୍କ ବାବାଙ୍କ ଦ୍ଵାରା ହାସ୍ୟାତ୍ମକ କଥନ ଓ କବିତା ପଠନ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ବିଭାଗରେ କୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପହାର ଓ ପ୍ରମାଣପତ୍ର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଉକ୍ତ ଦିବସଟିକୁ ଅତ୍ୟନ୍ତ ଜୀବନ୍ତ ଓ ପରିପୃଷ୍ଟ କରିବାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସଞ୍ଜୟ ମଜୁମଦାର୍ ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା ଶୁଭଶ୍ରୀ ପଣ୍ଡା, ତନୁଶ୍ରୀ ତନୟା ପହି, କାବେରୀ ନାୟକ, ଭାଗ୍ୟଶ୍ରୀ ସାହୁ, ପ୍ରୀତିନନ୍ଦା ମଲ୍ଲିକ, ରଶ୍ମିପ୍ରଭା ଖଟୁଆ, ପୂଜା ରଣା, ଉର୍ମି ମହାନ୍ତି, ବିଷ୍ଣୁପ୍ରିୟା ଦାଶ, ବିଜୟ କୁମାର ପହି, ଦେବେନ୍ଦ୍ରନାଥ ପାଢୀ, ଦୟାନିଧି ଚିନରା, ପ୍ରଶାନ୍ତ କୁମାର ଦାସ, ବିଶ୍ଵଭାରତୀ ମିଶ୍ର, ହିମାଂଶୁ ରଞ୍ଜନ ବାରିକ୍, ସଂଗ୍ରାମ କେଶରୀ ପଟ୍ଟନାୟକ, ଦେବାଶିଷ ରାଉତ, ବ୍ରହ୍ମାନନ୍ଦ ମଲ୍ଲିକ, ଚନ୍ଦ୍ରଶେଖର ବାରିକ୍‌ ଏବଂ ମଞ୍ଜୁଲତା ଖୁଣ୍ଟିଆ, ଉର୍ମିଳା ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥଲେ। ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ