ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱାଧୀନତା ଦିବସ ପାଳିତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଚଣ୍ଡୀ ବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ୭୩ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ନରେନ୍ଦ୍ରନାଥ ଚ୍ୟାରେଟିବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ନରେନ୍ଦ୍ର ନାଥ କର ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀ ମାନେ ଆମର ଭବିଷ୍ୟତ ଓ ସେମାନେ ଦେଶକୁ ସୁରକ୍ଷା ଦେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ବିଦ୍ୟାଳୟର ସଭାପତି ଉଦୟନାଥ କର ଯୋଗଦେଇ ଆଗାମି ପିଢ଼ିର ପିଲାମାନେ ନିଜକୁ ଜଣେ ଜଣେ ମହାପୁରୁଷ ଭାବେ ଗଢ଼ି ତେଳିବାପାଇଁ ଉଦ୍ୟମ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର ସମ୍ପାଦକ ଅଶୋକ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ପଳତା, ଗୋପବନ୍ଧୁ ସୁଆର, ପ୍ରତିରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଭାବେ ଉନ୍ନତିପଥେ ଓ ଉଚିତ ମାର୍ଗରେ ଆଗେଇ ଯିବାକୁ ଉଦ୍ବୋଧନ ଦେଇଥିଲେ । ଚିତ୍ତ ରଞ୍ଜନ ନାୟକ ସଭାକାର୍ୟ୍ୟ ସଂଯୋଜନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ଦେଶାତ୍ମୋକବୋଧକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ରକ୍ଷାବନ୍ଧନ ଉପରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାବୁରାମ ମାଝୀ, ବିନୟ କୁମାର ନାୟକ, ସୁଦୀପ୍ତ କୁମାର ଦାସ, ପ୍ରଦିପ କୁମାର ଜେନା, ଦୟାନିଧି ଚିନରା, ରାଜେଶ ବେହେରା, ପାର୍ଥସାରଥି ଜେନା, ପ୍ରଶାନ୍ତ କୁମାର ଦାସ, ହିମାଶୁଂ ରଞ୍ଜନ ବାରିକ, ବିଜୟ କୁମାର ପହି, ବ୍ରହ୍ମାନନ୍ଦ ମଲ୍ଲିକ,ତନୁଶ୍ରୀ ତନୟା ପହି, ଦିପାରାଣୀ ଜେନା, ମମତା ବେହେରା, ଶାଶ୍ୱତୀ ପଳତା, ସୁଚିତ୍ରା ଦାସ, ସୁଚିସ୍ମିତା ବାରିକ, ପ୍ରତ୍ୟୁଷ୍ନା ସାହୁ, ସୌମ୍ୟାରାଣୀ ଜେନା, ସତ୍ୟଲକ୍ଷ୍ମୀ ଜେନା, ସହକର୍ମୀ ଗଦାଧର ଜେନା, ମଞ୍ଜୁଲତା ଖୁଣ୍ଟିଆ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।