ସେଣ୍ଟ ଜାଭିୟର ହାଇସ୍କୁଲରେ ଶିଶୁ ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଚଣ୍ଡୀ ବିରଞ୍ଚିପୁର ଠାରେ ଥିବା ସେଣ୍ଟଜାଭିୟର ହାଇସ୍କୁଲରେ ପବିତ୍ର ଶିଶୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଉଦୟନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ସୁଆର, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ମହେନ୍ଦ୍ର କୁମାର ପଳତା, ବ୍ରହ୍ମାନନ୍ଦ ପତି ପ୍ରମୁଖ ଯୋଗଦେଇ ଆଧୁନିକ ଭାରତ ଗଠନରେ ଶିଶୁ ମାନଙ୍କର ଜୀବନଶୈଳୀ ଉପରେ ପର୍ଯ୍ୟାଲୋଚନା କରି ସରକାରଙ୍କ ଦ୍ୱାରା ଘୋଷିତ ବହୁମୁଖି କାର୍ଯ୍ୟ ଓ ସରକାରଙ୍କ ଦ୍ୱାରା ଶିଶୁ ମାନଙ୍କର ଶିକ୍ଷାର ବିକାଶ ପାଇଁ ପ୍ରଦାନ କରାଯାଉଥିବା ବିଭିନ୍ନ ବର୍ଗର ବୃତ୍ତି ସମ୍ପର୍କରେ ଟିପ୍ପଣୀ ପ୍ରଦାନ କରିଥିଲେ । ଶିଶୁ ମାନଙ୍କର ବୈାଦ୍ଧିକ ବିକାଶ ଘଟାଇ ଉନ୍ନତମାନର ଶିକ୍ଷାଦାନ କଲେ ଦେଶଗଠନରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିତôମାନେ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ଶିଶୁଦିବସର ମହତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିବାବେଳେ ଶିକ୍ଷକ ବ୍ରହ୍ମାନନ୍ଦ ମଲ୍ଲିକ ଜଗନ୍ନାଥଙ୍କ ସ୍ତୃତିଗାନ କରିଥିଲେ । ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥବବାବେଳେ ଶିକ୍ଷକ ରାଜେଶ ବେହେରା, ବିଜୟ କୁମାର ପହି, ଶଶ୍ୱତୀ ପଳତା, ତନୁଶ୍ରୀ ତନୟା ପହିଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଭିତରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସୁଦିପ୍ତ ଦାଶ, ଦୟାନିଧି ଚିନରା, ପାର୍ଥସାରଥି ଜେନା, ପ୍ରଶାନ୍ତ କୁମାର ଦାସ, ହିମାଂଶୁ ବାରିକ, ସୁବ୍ରତ ଚୌଧୁରୀ, ସାଇ ଶୁଭମ ବେହେରା, ମାନସ କୁମାର ଜେନା, ସୁଚିତ୍ରା ଦାସ, ସୁଚିସ୍ମିତା ବାରିକ, ସଦ୍ୟଲକ୍ଷ୍ମୀ ଜେନା, ଇତିଶ୍ରୀ ପଣ୍ଡା, ଅରୁଅର୍ପିତା ସାହୁ, ରୀନାରାଣୀ ପଣ୍ଡା, ମଞ୍ଜୁଲତା ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ