ସେଣ୍ଟ ଜାଭିୟର ହାଇସ୍କୁଲରେ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ):ଚଣ୍ଡୀ ବିରଞ୍ଚିପୁର ସ୍ଥିତ ସେଶ୍ଟ ଜାଭିୟର ହାଇସ୍କୁଲରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ନବ ନିର୍ମିତ ସଭାଗୃହକୁ ଉଦଘାଟନ କରାଯାଇ ସ୍ୱାମୀ ବିବେକାନନ୍ଦଙ୍କ ନାମରେ ନାମିତ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରେନ୍ଦ୍ରନାଥ ଚ୍ୟାରିଟବୁଲ ଟ୍ରଷ୍ଟର ଉଦ୍ୟୋକ୍ତା ନରେନ୍ଦ୍ର ନାଥ କର,ସମ୍ମାନୀୟ ଅତିଥି ଭାବେ ଶିକ୍ଷକ ମହେନ୍ଦ୍ର କୁମାର ପଳତା, ସମାଜସେବୀ ସୁରେନ୍ଦ୍ର ଜେନା, ବିଦ୍ୟାଳୟର ପ୍ରତିଷ୍ଠାତା ଉଦୟନାଥ କର, ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ କର ପିଲାମାନଙ୍କୁ ବିବେକାନନ୍ଦଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ତାଙ୍କ ଅଭିଭାଷଣ ମାଧ୍ୟମରେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦିଆଯାଇ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗୋଲି ପ୍ରତିଯୋଗୀତା ଆୟୋଜନ କରାଯାିଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ