ସେଣ୍ଟ ଜାଭିୟର ହାଇସ୍କୁଲରେ ଶିଶୁ ଉତ୍ସବ ପାଳିତ
ହାଟଡ଼ିହି, ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀବିରଞ୍ଚିପୁର ରେ ଏକ ମନୋରମ ପରିବେଶରେ ଶିଶୁ ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ବୃକ୍ଷରୋପଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରତିଷ୍ଠାତା ଉଦୟନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗକବି ଅଧ୍ୟାପକ ସୁବାସ ଚନ୍ଦ୍ର ପାତ୍ର ଯୋଗଦେଇ ହାସ୍ୟ କବିତା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ସମ୍ମାନୀତ ଅତିଥି ଶିକ୍ଷାବିତ ମହେନ୍ଦ୍ର କୁମାର ପଳତା ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ରହିଲେ ଜୀବନରେ ଅସାଧ୍ୟ ସାଧନ ହୋଇପାରିବ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଗୋପବନ୍ଧୁ ସୁଆର ଜୀବନ ମଧ୍ୟରେ ଆସୁଥିବା ଘାତ ପ୍ରତିଘାତକୁ ଅତିକ୍ରମ କରି ଆଗକୁ ବଢ଼ି ମଣିଷ ପଣିଆର ଧାରାକୁ ଆପଣାଇ ପାରିଲେ ସମାଜରେ ସାମଗ୍ରୀକ ବିକାଶ ହୋଇପାରିବ ମିବ୍ୟକ୍ତ କରିଥିଲେ । ସଭାପତି ଶ୍ରୀଯୁକ୍ତ କର ପରମ୍ପରା ଅନୁଯାଇ କେବଳ ମହାପୁରୁଷ ମାନଙ୍କ ଜୟନ୍ତୀ ପାଳନ କରିଦେଲେ ତାହା ଯଥେଷ୍ଟ ନୁହଁ, ଆମକୁ ତାଙ୍କର ବିଚାରଧାରା, ତାଙ୍କର କାର୍ଯ୍ୟକଳାପକୁ ଅନୁକରଣ ଓ ଅନୁସରଣ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ ପିଲାମାନଙ୍କୁ ଉନ୍ନତିପଥେ ଓ ଉଚିତ ମାର୍ଗରେ ଆଗେଇବାକୁ ଉଦବୋଧନ ଦେବାସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନର୍ସରୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ମା ମାନଙ୍କ ମଧ୍ୟରେ ଏକ ରଙ୍ଗୋଲୀ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୧୨ଜଣ ପ୍ରତିଯୋଗୀ ଭାଗ ନେିଥିଲେ । ଏôତରେ ନିରୁପମା ବେଦାନ୍ତ ପ୍ରଥମ, ଶ୍ରୀମତୀ ସଶ୍ମିତା ଭୋଳ ଦ୍ୱିତୀୟ, ଶ୍ରୀମତୀ ଦିପ୍ତିମୟୀ ବିଶ୍ୱାଳ ତୃତୀୟ ସ୍ଥାନ ହାସଲ କରିଥିଲେ । ଏହି ଅବସରରେ ବାଇଡଙ୍କ ବାବା ଭାବେ ପରିଚିତ ବ୍ୟଙ୍ଗକବି ସୁବାସ ପାତ୍ରଙ୍କୁ ମାପ୍ତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶିକ୍ଷୟତ୍ରୀ ତନୁଶ୍ରୀ ତନୟା ପହି ବିଦ୍ୟାଳୟ ଭିତରେ ଏକ ସୁନ୍ଦର ଫୁଲ ବଗିଚା ସୃଷ୍ଟି କରିଥିବାରୁ ତାଙ୍କୁ ‘ଉଦ୍ୟାନମିତ୍ର’ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ବାବୁରାମ ମାଝୀ, ବିନୟ କୁମାର ନାୟକ, ସୁଦିପ୍ତ ଦାସ,ଦୟାନିଧୀ ଚିନରା, ରାଜେଶ ବେହେରା, ବିଜୟ କୁମାର ପହି , ପାର୍ଥସାରଥି ଜେନା, ପ୍ରଶାନ୍ତ କୁମାର ଦାସ, ହିମାଶୁଂ ରଞ୍ଜନ ବାରିକ, ବ୍ରହ୍ମାନନ୍ଦ ମଲ୍ଲିକ, ଶିକ୍ଷୟତ୍ରୀ ତନୁଶ୍ରୀ ତନୟା ପହି, ଦୀପାରାଣୀ ବେହେରା, ମମତା ବେହେରା, ଶାଶ୍ୱତୀ ପଲତା, ସୁଚିତ୍ରା ଦାଶ, ସୁଚିସ୍ମିତା ବାରିକ, ସଦ୍ୟଲକ୍ଷ୍ମୀ ଜେନା, ସୌମ୍ୟାରାଣୀ ଜେନା, ଆର.ସି.ଶୁଭସନ୍ଥ ଓ ସହକର୍ମୀ ଗଦାଧର ଜେନା, ମଞ୍ଜୁଲତା ଖୁଣ୍ଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


