ସେଣ୍ଟ ଜାଭିୟର ହାଇସ୍କୁଲରେ ରକ୍ତଦାନ ଶିବିର ୨୫ରେ 

ହାଟଡିହି, (ବିକାଶ ବିଶ୍ୱାଳ) :-ସେଣ୍ଟ ଜାଭିୟର ହାଇସ୍କୁଲ ଓ ସମ୍ବାଦ ଆମ ସଡିଶା ପକ୍ଷରୁ ଆସନ୍ତା ୨୫ତାରିଖ ବୁଧବାର ଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥିପାଇଁ ସ୍କୁଲର ସଭାପତି ଉଦୟନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଆମ ଓଡିଶାର ବ୍ଲକ  ସଂଯୋଜକ କିଶୋର ଆଚାର୍ଯ୍ୟ ଯୋଗାଦେଇ  ରକ୍ତଦାନ ଶିବିରର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଶିବିରକୁ ସଫଳ କରିବାପାଇଁ ସଭାପତି ଉଦୟନାଥ କର ସମସ୍ତ ଶିକ୍ଷକ ଶି୪ୟତ୍ରୀଙ୍କ ସହଯୋଗ କାମନା କରିଥିଲେ । ଏହି ଶିବିରରେ ଆନନ୍ଦପୁର ରକ୍ତଭଣ୍ଡାରର କର୍ମଚାରୀ ମାନେ ଯୋଗଦେଇ ରକ୍ତ ସଂଗ୍ରହ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏହି ପ୍ରସ୍ତୁତି ବୈଠକରେ ସ୍କୁଲର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ, ଶିକ୍ଷକ ରାଜେଶ ବେହେରା, ସୁଦୀପ୍ତା ଦାସ, ସୁଚିତ୍ରା ଦାସ, ତନୁଶ୍ରୀ ତନୟା ପହି, ସୁଚିସ୍ମିତା ବାରିକ, ସାସ୍ୱତୀ ପଲତା, ବ୍ରହ୍ମାନନ୍ଦ ମଲ୍ଲିକ, ନିରଞ୍ଜନ ସାହୁ, ଦୟାନିଧି ଚିନରା, ପ୍ରଶାନ୍ତ କୁମାର ଦାସ, ହିମାଶୁଂ ରଞ୍ଜନ ବାରିକ, ବିଜୟ କୁମାର ପହି, ସାଦ୍ୟାଲକ୍ଷ୍ମୀ ଜେନା, ପାର୍ଥସାରଥି ଜେନା, ସୁବ୍ରତ ଚୌଧୁରୀ, କବିତା ଜେନା, ଇତିଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ