ସେଣ୍ଟ ଜାଭିୟର ହାଇସ୍କୁଲରେ ବିଜ୍ଞାନ ମେଳା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଚଣ୍ଡୀ ବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ବିଦ୍ୟାଳୟର ପ୍ରତିଷ୍ଠାତା ଉଦୟନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିଶିର କୁମାର କର, ସମ୍ମାନୀୟ ଅତିଥି ଭାବେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ମାଧବାନନ୍ଦ ଜେନା, ହାଟଡିହି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପରମାନନ୍ଦ ପରିଡା, ଇଞ୍ଚୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଗୋପାଳ କୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ବିଜ୍ଞାନ ମେଳାର ଆବଶ୍ୟକତା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ବିଜ୍ଞାନ ମନସ୍କ ହେବା ଉଚିତ ବୋଲି ମତବ୍ୟକ୍ତ କରିବା ସହିତ ଭଲ ଭଲ ପ୍ରକଳ୍ପ ପ୍ରସ୍ତୁତ କରି ବିଜ୍ଞାନ ମେଳାରେ ପ୍ରଦର୍ଶିତ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ୩୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି ବିଜ୍ଞାନ ମେଳାରେ ନିଜ ନିଜ ପ୍ରକଳ୍ପ ଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଅତିଥି ମାନେ ପ୍ରକଳ୍ପ ଗୁଡିକ ପରିଦର୍ଶନ କରି ମୁଲ୍ୟାୟନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରାଜେଶ ବେହେରା, ସୁଦିପ୍ତ ଦାଶ, ବିଜୟ କୁମାର ପହି, ଶଶ୍ୱତୀ ପଳତା ପ୍ରମୁଖ ବିଜ୍ଞାନ ମେଳା ପରିଚାଳନା କରିଥିବାବେଳେ ପାର୍ଥସାରଥି ଜେନା, ତନୁଶ୍ରୀ ତନୟା ପହି, ସୁଚିତ୍ରା ଦାଶ, ସୁଚିସ୍ମୀତା ବାରିକ, ସୁବ୍ରତ ଚୌଧୁରୀ, ଶୁଭଶ୍ରୀ ଭୂୟାଁ, ସଦ୍ୟଲକ୍ଷ୍ମୀ ଜେନା, ଇତିଶ୍ରୀ ପଣ୍ଡା, ଦୟାନିଧି ଚିନରା, ପ୍ରଶାନ୍ତ କୁମାର ଦାସ, ହିମାଶୁଂ ରଞ୍ଜନ ବାରିକ, ବ୍ରହ୍ମାନନ୍ଦ ମଲ୍ଲିକ, ସାଇ ଶୁଭମ ବେହେରା, ସୁଚି ଶୁଭସ୍ମୀତା ବେହେରା ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ