ସେଣ୍ଟ ଜୋସଫ ସ୍କୁଲର ରଜତ ଜୟନ୍ତୀ ଉତ୍ସବ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସେଣ୍ଟ ଜୋସଫ ଇରାଜୀ କନଭେଣ୍ଟ ସ୍କୁଲରେ 25 ତମ ବାର୍ଷିକ ଉତ୍ସବ ତଥା ରଜତ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି. ସେଣ୍ଟ ଜୋସଫ ଅନୁଷ୍ଠାନର ସଭାପତି ତଥା ବିଶଫ ଡ଼. ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଶୃଙ୍ଖଳାର ସହ ବିଦ୍ୟା ଅର୍ଜନ କରି ସ୍କୁଲ ସମେତ ଅଞ୍ଚଳର ମାନ ବୃଦ୍ଧି କରିବା ପାଇଁ ଆୱାନ ଦେଇଥିଲେ. ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ରେଭ ସଂଜୀବ ନାୟକ, ରେଭ ପ୍ରଶାନ୍ତ ଦିଗଲ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ. ଏହି ଉତ୍ସବରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବହୁ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଚଳିତ ବର୍ଷ ରଜତ ଜୟନ୍ତୀ ଉତ୍ସବ ହୋଇଥିବା ଯୋଗୁଁ ଉତ୍ସବକୁ ବହୁ ଆଡମ୍ବର ସହ ଉଚ୍ଚକୋଟିର ଆଲୋକ ସାଜ୍ଜାସଜ୍ଜା କରି ପାଳନ କରାଯାଇଥିଲା. ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ