ସେଣ୍ଢତୀରା ବଜାରରେ ସମ୍ବର୍ଦ୍ଧନା ସମାରୋହ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ବନ୍ତ ବ୍ଲକ ସେଣ୍ଢତୀରା ବଜାର ଠାରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହେବା ସହ ଡାକ୍ତର, ସାମ୍ବାଦିକ, ସ୍ୱାସ୍ଥ୍ୟ କର୍ମଚାରୀ, ସେବିକା, ଅଙ୍ଗନୱାଡି ଓ ଆଶା କର୍ମୀ ମାନଙ୍କୁ ସେବା ଓ ତ୍ୟାଗ ପାଇଁ ବିଜେପି ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ, ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶଙ୍କର୍ଷଣ ଜେନା, ଜିଲ୍ଲା ପରିଷଦ ପ୍ରାର୍ଥୀ ବନମାଳୀ ଜେନା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତପନ ବାରିକ, ସେଣ୍ଢତୀରା ଶକ୍ତି କେନ୍ଦ୍ର ପ୍ରମୁଖ କିଶୋର ବିଶ୍ୱାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷକ ବାମଦ ପେଡା, ରୋହିତ କୁମାର ଜେନା, ନିରଞ୍ଜନ ଜେନା, ପୀତବାସ ପଣ୍ଡା, ତାପସ ଖଣ୍ଡାଇ, ଟୁଟୁ ଜେନା, ସମାଜସେବୀ ଦେବେନ୍ଦ୍ର ଜେନା, ପୁଷ୍ପଲତା ବେହେରା, କାଶିନାଥ ଜେନା, ଅଜୟ ଜେନା, ଅମ୍ଲାନ ସେନାପତି, ଲରେନ୍ସ ବେହେରା, ସୁବ୍ରତ ସେନାପତି, ଅନିରୁଦ୍ଧ ପାଢୀ ଯୋଗ ଦେଇଥିଲେ । ଏହି ଅବସରରେ ଡାକ୍ତର ନିରଞ୍ଜନ ଓଝା, ସେବିକା ଅନିତା ସେନାପତି, ସ୍ୱାସ୍ଥ୍ୟ ସୁପରଭାଇଜର ରାହାସ ଚନ୍ଦ୍ର ମହାନ୍ତି, ଆଶା କର୍ମୀ ମାଳତୀ ପେଡା, ଅଙ୍ଗନୱାଡି କର୍ମୀ ଅଲିଭା ପ୍ରିୟଦର୍ଶନୀ ମଲ୍ଲିକ, ସହାୟିକା ଦୌପଦୀ ଜେନା, ସାମ୍ବାଦିକ ଦିଲୀପ କୁମାର ଖୁଣ୍ଟିଆଙ୍କୁ ସମ୍ମାନୀତ କରାଯାଇଥିଲା ।


