ସେନସେକ୍ସ ୧୧୯ ପଏଣ୍ଟ ହ୍ରାସ

ମୁମ୍ବାଇ, (ଏଜେନ୍ସି): ବୁଧବାର ଶେୟାର ବଜାର କାରବାର ହ୍ରାସ୍ରେ ବନ୍ଦ ହୋଇଛି । କାରବାର ଶେଷ ସୁଦ୍ଧା ବିଏସ୍ଇର ୩୦ ଶେୟାର ଯୁକ୍ତ ପ୍ରମୁ୍ଖ ଇଣ୍ଡେକ୍ସ ସେନ୍ସେକ୍ସ ୧୧୯.୫୧ପଏଣ୍ଟ ତଥା ୦.୩୩% ହ୍ରାସ୍ରେ ୩୬,୦୩୪.୧୧ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ ଏନ୍ଏସ୍ଇର ୫୦ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୩୭.୭୫ ପଏଣ୍ଟ ତଥା ୦.୩୫% ହ୍ରାସ୍ ପାଇ ୧୦,୭୯୩.୬୫ପଏଣ୍ଟରେ ବନ୍ଦ ହୋଇଛି । ଆଜି କାରବାରର ତୃତୀୟ ଦିନରେ ସେନ୍ସେକ୍ସ ୩୬,୩୭୫.୮୦ପଏଣ୍ଟର ଉପର ସ୍ତରକୁ ଯାଇଥିବା ବେଳେ ୩୫,୮୯୧.୬୫ ପଏଣ୍ଟର ଉପର ସ୍ତରକୁ ଯାଇଥିବା ବେଳେ ୧୦,୭୭୨.୧୦ପଏଣ୍ଟର ନିମ୍ନତମ ସ୍ତରକୁ ଆସିଥିଲା । ବଜାର ପାଇଁ ଗ୍ଲୋବାଲ୍ ସଙ୍କେତ ଆଜି ମିଶ୍ରିତ ରହିଥିଲା । ଆମେରିକା-ଚୀନ୍ ମଧ୍ୟରେ ବ୍ୟବସାୟିକ କ୍ଷେତ୍ରରେ ସମସ୍ୟାର ସମ୍ଭାବନାକୁ ନେଇ ଏସିଆନ୍ ଶେୟାର ବଜାରରେ ମିଶ୍ରିତ ସ୍ଥିତି ଦେଖିବାକୁ ମିଳିଛି । ସେହିପରି ମିଡ଼୍କ୍ୟାପ୍ ହ୍ରାସ୍ରେ ବନ୍ଦ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ