ସେନ୍ସେକ୍ସ୨୧୬ ପଏଣ୍ଟ ସୁଦୃଢ଼
ନୂଆଦିଲ୍ଲୀ, (ଏଜେନ୍ସି): ବୁଧବବାର ଶେୟାର ବଜାର କାରବାର ସପ୍ତାହର ତୃତୀୟ ଦିନରେ ସୁଦୃଢ଼ ହୋଇ ବନ୍ଦ ହୋଇଛି । ଆଜି ସେନ୍ସେକ୍ସ ୨୧୬ ପଏଣ୍ଟ ସୁଦୃଢ଼ ହୋଇଛି । ଟଙ୍କାରେ ସୁଦୃଢ଼ତା ତଥା ବିଦେଶୀ ସଂସ୍ଥାଗତ ନିବେଶକଙ୍କ ପକ୍ଷରୁ ପୁଞ୍ଜି ନିବେଶ ଜାରି ରହିବା ମଧ୍ୟରେ ବ୍ୟାଙ୍କ୍ ଶେୟାର କାରବାରରେ ଏହି ବୃଦ୍ଧି ହେଉଛି । କାରବାର ଶେଷ ସୁଦ୍ଧା ବିଏସ୍ଇର ୩୦ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୨୧୬.୫୧ ପଏଣ୍ଟ ତଥା ୦.୫୮% ସୁଦୃଢ଼ ହୋଇ ୩୭,୭୫୨.୧୭ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ ଏନ୍ଏସ୍ଇର ୫୦ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୪୦.୫୦ ପଏଣ୍ଟ ତଥା ୦.୩୬% ବୃଦ୍ଧିରେ ୧୧,୩୪୧.୭୦ପଏଣ୍ଟରେ ବନ୍ଦ ହୋଇଛି । ପ୍ରାରମ୍ଭିକ ସମୟରେ ସେନ୍ସେକ୍ସ ୧୪,୪୩ ପଏଣ୍ଟ ତଥା ୦.୦୪% ହ୍ରାସ୍ରେ ୩୭,୫୨୧.୨୩ପଏଣ୍ଟରେ ଓ ନିଫ୍ଟି ୨୫.୦୦ପଏଣ୍ଟ ତଥା ୦.୨୨% ବୃଦ୍ଧି ପାଇ ୧୧,୩୨୬.୨୦ ପଏଣ୍ଟରେ କାରବାର କରିଥିଲା । ବଜାର ପାଇଁ ଗ୍ଲେବାଲ ସଙ୍କେତ ମିଶ୍ରିତ ରହିଥିଲା । ଏସିଆନ୍ ବଜାରରେ ଆଜିର କାରବାରରେ ଦୁର୍ବଳତା ଦେଖିବାକୁ ମିଳିଥିଲା । ତେବେ ପ୍ରତିଷ୍ଠିତ ମିଡ଼୍କ୍ୟାପ୍ ଓ ସ୍ମଲକ୍ୟାପ୍ ଇଣ୍ଡେକ୍ସରେ କାରବାର ଦେଖିବାକୁ ମିଳିଛି । ବିଏସ୍ଇର ମିଡ଼୍କ୍ୟାପ୍ ଇଣ୍ଡେକ୍ସ ୦.୩୧% ବୃଦ୍ଧି ସହିତ ୧୫,୨୪୦ପଏଣ୍ଟରେ କାରବାର କିରିଥିଲା । ଅନ୍ୟପକ୍ଷରେ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ୦.୩୫% ବୃଦ୍ଧି ସହିତ ୧୪,୯୭୨.୨୦ପଏଣ୍ଟରେ ରହିଛି । ତେବେ ତେଲ ଓ ଗ୍ୟାସ୍ ଶେୟାରରେ ଆଜି ବିକ୍ରିରେ ଉଚ୍ଚ ଚାପ ଦେଖିବାକୁ ମିଳିଥିଲା । ବିଏସ୍ଇର ତେଲ ଏବଂ ଗ୍ୟାସ୍ ଇଣ୍ଡେକ୍ସ ୦.୭୩% ଦୁର୍ବଳତା ସହିତ କାରବାର କରିଥିଲା ।


