ସେପଟେ ବନମହୋତ୍ସବ ଏପଟେ ଜଙ୍ଗଲ ପଦା,କାଠମାଫିଆ ସକ୍ରିୟ

ନିମାପଡ଼ା, (ସନ୍ତୋଷ ଦାଶ):ସାରା ରାଜ୍ୟରେ ପାଳନ ହେଉଛି ୭୪ ତମ ବନ ମହୋତ୍ସବ। ପୁରୀ ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ଅସ୍ତରଙ୍ଗ , ଗୋପ, କୋଣାର୍କ ବନାଞ୍ଚଳ ପକ୍ଷରୁ ଆୟୋଜିତ ହେଉଛି ବନ ମହୋତ୍ସବ। ଏପଟେ ପୁରୀ ଜିଲ୍ଲା ର ଅସ୍ତରଙ୍ଗ, କାକଟପୁର,ବାଜପୁର, ଶୁକପୋଖରି, ଗୋପ, କୁସୁପୁର, ନିମାପଡା ଅଞ୍ଚଳ ରେ ବେଧଡକ ଚାଲିଛି ୩୦ ରୁ ଉର୍ଦ୍ଧ୍ବ ବେଆଇନ କରତକଳ। ଦିନ ରାତି ଶହ ଶହ ଟ୍ରାକ୍ଟର କାଠ କଟାଯାଇ ବିଭିନ୍ନ ମୁଖ୍ୟରାସ୍ତା ରେ ବିପଦଜନକ ଭାବେ ପରିବହନ ହୋଇ ଆସି ଏହି ବେଆଇନ କରତକଳ ଗୁଡ଼ିକ ରେ ଚିରା ହେଉଛି। ସ୍ଥାନୀୟ ବନବିଭାଗ, ପୋଲିସ , ପରିବହନ ବିଭାଗ, ବିଦ୍ୟୁତ ବିଭାଗ ସବୁ ଦେଖି ନ ଦେଖିଲା ପରି ରହିଛନ୍ତି।ଗତ କିଛି ବର୍ଷ ହେବ ସାରା ରାଜ୍ୟ ରେ ଯେଉଁ ଭଳି ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିଚି ସେଥିରୁ ମୁକ୍ତି ପାଇବା ପାଇଁ ସାଧାରଣ ଜନତା ଙ୍କ ସମେତ ବନ ବିଭାଗ ର ପ୍ରମୁଖ ଭୂମିକା ରହିଛି । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ରୋକିବା ପାଇଁ ବୃକ୍ଷ ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ନିହାତି ଆବଶ୍ୟକ, କିନ୍ତୁ ଏଠି ଦେଖାଯାଉଛି ତାହାର ବ୍ୟତିକ୍ରମ ।ବିଭିନ୍ନ ତରିକାରେ ଅବାଧରେ ବିଭିନ୍ନ ଜଙ୍ଗଲରୁ କାଠ ଚୋରା ଚାଲାଣ ହେଉଥିବାରୁ ଦିନକୁ ଦିନ ଜଙ୍ଗଲ ପଦା ହେବାରେ ଲାଗିଛି । ଦୈନିକ ଯେତିକି ପରିମାଣରେ କାଠ କଟାଯାଉଛି ସେହି ପରିମାଣ ରେ ଜଙ୍ଗଲ ସୃଷ୍ଟି କରାଯାଉନାହିଁ । ଯାହା ପରିବେଶବିତ ମାନଙ୍କୁ ଚିନ୍ତାରେ ପକାଉଛି । ବିଭିନ୍ନ ବନାଞ୍ଚଳ,ଗ୍ରାମାଞ୍ଚଳ, ରାସ୍ତାଘାଟରୁ ପ୍ରତିଦିନ ଶହ ଶହ ଗଛ କଟାଯାଉଛି ଯାହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡୁଛି । ଜଗନ୍ନାଥ ପ୍ରକଳ୍ପ ନାଁ ରେ ହୋଇଥିବା ପ୍ରକଳ୍ପ ଅନୁସାରେ ବନବିଭାଗ ପକ୍ଷରୁ ପ୍ରତି ଦଶବର୍ଷ ରେ ପୁରୁଣା ଝାଉଁ କାଠ କଟାଯିବା ନେଇ ନିୟମ ରହିଛି ।କିନ୍ତୁ ଏହି ବ୍ୟବସ୍ଥା ଭିତରେ ଅନେକ ଅବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଛି, ଅନେକ ଅଳ୍ପ ବର୍ଷ ର ଝାଉଁ ଗଛ କଟାଯାଉଥିବା ଅଭିଯୋଗ ହେଉଛି । ଶାସକ ଦଳ କର୍ମୀ ମାନଙ୍କ ଛତ୍ରଛାୟା ରେ କାଠ ମାଫିଆ ମାନେ ସକ୍ରିୟ ହୋଇପଡ଼ି ଜଙ୍ଗଲ ସଫା କରିବାରେ ଲାଗି ପଡ଼ିଥିବା ବେଳେ ବନ ବିଭାଗ ଲୋକ ଦେଖାଣିଆଁ ଭାବେ ବନ ମହୋତ୍ସବ ପାଳନ କରୁଛି। ସରକାର ସବୁ ଜାଣି ଚୁପ କାହିଁକି ବସିଛନ୍ତି ତାହାହିଁ ପ୍ରଶ୍ନବାଚି ସୃଷ୍ଟି କରୁଚି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ