ସେବାଗ୍ରୁପ ପକ୍ଷରୁ କମ୍ବଳ ବଣ୍ଟନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଅଞ୍ଚଳର ଯୁବ ଅଧ୍ୟାପକ ସ୍ୱଦେଶ ପରିଡା ସେବାଗ୍ରୁପ ଗଠନ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କରୋନା ମହାମାରୀ ଠାରୁ ଆରମ୍ଭ କରି ଏଯାବତ ଗରୀବ ଅସହାୟ ଓ ଆଦିବାସୀ ପରିବାରଙ୍କୁ ସାହାଯ୍ୟ ଯୋଗାଇ ଆସୁଛନ୍ତି । ଶ୍ରୀ ପରିଡାଙ୍କ ନେତୃତ୍ୱରେ ସେବାଗ୍ରୁପର ସଦସ୍ୟମାନେ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ଯାଏଁ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରୁଛନ୍ତି । ବାରିକପୁର ଅଞ୍ଚଳରେ କରୋନା ମହାମାରୀ ସମୟରେ ମଧ୍ୟ ମାସ୍କ, ସାନିଟାଇଜର ବଣ୍ଟନ କରିଥିବାବେଳେ ସଚେତନାତ୍ମକ ବାର୍ତ୍ତା ପ୍ରଚାର କରି ସେବାଗ୍ରୁପ ଚର୍ଚ୍ଚାକୁ ଆସିଥିଲା । ଏବେ ଉକ୍ତ ଅଞ୍ଚଳରେ ମଧ୍ୟ ଗରୀବ ଓ ଆଦିବାସୀ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ସହିତ ଶୀତବସ୍ତ୍ର ପ୍ରଦାନ କରାଯାଉଛି । ସ୍ୱଦେଶ ପେଶାରେ ଜଣେ ଅଧ୍ୟାପକ ହୋଇଥିବାବେଳେ ସେବା ଗ୍ରୁପ ଗଠନ କରି ଅସହାୟ ଲୋକଙ୍କ ନିକଟରେ ପହଞ୍ଚିବା ତାଙ୍କ ପାଇଁ ଏକ ନିଶା ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ