ସେବା ନିବୃତ୍ତଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସ୍ଥାନୀୟ କୋରୋ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସେବା ନିବୃତ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ହରମୋହନ ସ୍ୱାଇଁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମାନସଭୂଷଣ ପଣ୍ଡିତ ହୃଷିକେଶ ରଥ ମୁଖ୍ୟ ଅତିଥି, ପୂର୍ବତନ ଶିକ୍ଷାଧିକାରୀ ତଥା ବିଶିଷ୍ଟ ଶିକ୍ଷାବିତ୍ କାଶୀନାଥ ରାଉତରାୟ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାମଲ, କୋରୋ ସରପଞ୍ଚ ତଅପୋଇ ମଲ୍ଲିକ, କୋରୋ ସିଆରସିସି ମହମ୍ମଦ ଜଲ୍ଲାଲୁଦ୍ଦିନ, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ପଲାଇ, ହରେକୃଷ୍ଣ ସିଂହ, ପଣ୍ଡିତ ରମେଶ ଚନ୍ଦ୍ର ଦାଶ ଏବଂ ବ୍ୟଙ୍ଗକବି ଅପର୍ତ୍ତିଚରଣ ସେଠୀ ପ୍ରମୁଖ ଯୋଗଦେଇ ବିଦାୟୀ କର୍ମଚାରୀଙ୍କ କର୍ମମୟ ଜୀବନର ସଫଳତା ଉପରେ ଆଲୋକପାତ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ବିମଳ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ରଶ୍ମିତା ସୂତାର ଓ ବୈଶାଖୀ ପରିଡା ବନ୍ଦେ ଉତ୍କଳ ଜନନୀ ଓ ପ୍ରାରମ୍ଭିକ ସଂଗୀତ ପରିବେଷଣ ଏବଂ ଆଶୁକବି ହେମନ୍ତ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ବିଦାୟୀ କର୍ମଚାରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଏବଂ ୟୁଟିଆ ସଂଗଠନ ପକ୍ଷରୁ ମାନପତ୍ର, ଅଙ୍ଗବସ୍ତ୍ର ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ହିମାଂଶୁ ଶେଖର ପରିଡା, ରଞ୍ଜନ କୁମାର ମଲ୍ଲିକ, ତପନ କୁମାର ଜେନା, ବିଭୁତି ଭୂଷଣ ଜେନା, ତୃପ୍ତିରେଖା ପରିଡା, ଦିପ୍ତୀରେଖା ପରିଡା, ରଘୁନାଥ ବେହେରା, କଳ୍ପନା ଦାସ, ଅନନ୍ତ କୁମାର ଓଝା, କରୁଣାକର ସାହୁ ଏବଂ ହିମାଂଶୁ ଶେଖର ପଣ୍ଡା ଉତ୍ସବ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ରାଧାମୋହନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ