ସେବା ସଂଗଠନ ପକ୍ଷରୁ ଜଳ ଦାନ ଶିବିର ଉଦଘାଟିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ କୋଣାର୍କ ସେବା ସଂଗଠନ ପକ୍ଷରୁ କୋଣାର୍କ ମେଡିକାଲ ଛକ ଠାରେ ଏକ ଜଳ ଦାନ ଶିବିର ଉଦଘାଟିତ ହୋଇଯାଇଛି । ଏହି ଜଳଦାନ ଶିବିର କୁ କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ବିଦୁ ଭୂଷଣ ନାୟକ ଉଦଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ତରକୋର ପଞ୍ଚାୟତର ସମିତି ସଭ୍ୟ କାଶୀନାଥ ନାୟକ,କୋଣାର୍କ ସାମ୍ବାଦିକ ସଂଘ ର ସଭାପତି ଜ୍ୟୋତିରାଜ ମହାନ୍ତି,କୋଣାର୍କ ପ୍ରେସ କ୍ଲବ ର ସଭାପତି ସଞ୍ଜୟ ପତି, ମିଡ଼ିଆ ଫୋରମ ସମ୍ପାଦକ ପ୍ରକାଶ କାଣ୍ଡି,କୋଣାର୍କ ଭଗବତୀ ଆଲୁମିନିଅମ ର ସଭାପତି ହୃଦାନନ୍ଦ ସେଠି,ପୂର୍ବତନ କାଉନସିଲର ରଂଜିତ ରାଉତରାୟ, ସାମ୍ବାଦିକ ଅଜିତ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।ମେଡିକାଲ ଛକଠାରେ ଖୋଲା ଯାଇଥିବା ଜଳଦାନ ଶିବିର ଟି ପ୍ରଚଣ୍ଡ ଖରାରେ ଯା ଆସ କରୁଥିବା ବାଟୋଇ ପର୍ଯ୍ୟଟକ ଓ ମେଡିକାଲ କୁ ଆସୁଥିବା ଲୋକମାନଙ୍କ ପାଇଁ ବହୁତ ସହାୟକ ହେବ ବୋଲି ଉପସ୍ଥିତ ଥିବା ଅତିଥି ମାନେ ମତ ବ୍ୟକ୍ତ କରିବା ସହିତ ସେବା ସଂଗଠନ କୁ ଅଶେଷ ଅଶେଷ ସାଧୁବାଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ସେବା ସଂଗଠନ ର ସମ୍ପାଦକ କୁନାଲ ପାତ୍ର ଏବଂ ସଂଗଠନର ସଦସ୍ୟ ରଞ୍ଜନ କୁମାର ମୁଦୁଲି, ଲିପୁ ସ୍ଵାଇଁ,କିଷାନ ସାହୁ,ସୌଭାଗ୍ୟ ସ୍ୱାଇଁ,ମିଥୁନ ସାହୁ,ଶିବ କୁମାର ମଲ୍ଲିକ, ମୁନା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।


