ସେବା ସପ୍ତାହ’ ଅବସରରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଯଶସ୍ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର’ଙ୍କ ଜନ୍ମ ଦୀବସ ୧୭’ ସେପ୍ଟେମ୍ବର କୁ ଭାରତୀୟ ଜନତା ପାର୍ଟି ସେ ବା ଓ ସମର୍ପଣ’ ଦିବସ ବା ସେବା ସପ୍ତାହ ଭାବେ ସପ୍ତାହ ବ୍ୟାପି ପାଳନ କରୁଥିବାବେଳେ ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ବିଜେପି ପକ୍ଷରୁ ଏହି ଅବସରରେ ବିଭିନ୍ନ ମନ୍ଦିରରେ ପୂଜା ଅର୍ଚ୍ଚନା, ସ୍ବଚ୍ଛଭାରତ ଅଭିଯାନ ବୃକ୍ଷରୋପଣ ଏବଂ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର କୁ ଯାଇ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି। ଗତ ୧୭’ ତାରିଖ ବିକାଶ ପୁରୁଷ ଯଶସ୍ବୀ ପ୍ରଧାନମନ୍ତ୍ରୀ’ଙ୍କ ଜନ୍ମଦିନ ଅବସରରେ ବିଜେପିର କାର୍ଯ୍ୟକର୍ତ୍ତା ଏବଂ ମୋଦୀଜୀ’ଙ୍କୁ ଭଲ ପାଉଥିବା କାର୍ଯ୍ୟକର୍ତ୍ତାମାନେ ବହଳଦା ସ୍ଥିତ ପ୍ରସିଦ୍ଧ ମାଆ କୀଚକେଶ୍ବରୀ ମନ୍ଦିର ସମେତ ବିଭିନ୍ନ ମନ୍ଦିରକୁ ଯାଇ ପ୍ରଧାନମନ୍ତ୍ରୀ’ଙ୍କ ଦୀର୍ଘାୟୁ କାମନା କରି ପୂଜା ଅର୍ଚ୍ଚନା କରିବା ସହ ସଫେଇ କାର୍ଯ୍ୟକର୍ତ୍ତା କ୍ରମ କରିଥିବା ଜଣା ଯାଇଛି। ଏହି ଅବସରରେ ଆଜି ପଛୁଆବର୍ଗ ସେଲ ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି ଘାଷିନାଥ ସାହୁ’ଙ୍କ ନେତୃତ୍ବରେ ଏବଂ ୨୫’ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ କମଳାକାନ୍ତ ନାୟକ,ବହଳଦା ମଣ୍ଡଳ ସଭାପତି ଶ୍ରୀକାନ୍ତ ମହାନ୍ତ,ଝରାଡିହି ମଣ୍ଡଳ ସଭାପତି ମାଧବ ମହାପାତ୍ର,ବିଧାୟକ ପ୍ରତିନିଧି ତଥା ଓବିସି ମୋର୍ଚ୍ଚା ହୀରନ ବସା ଓ ,ବୁଲା ପଣ୍ଡା’ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବହଳଦା ଗୋଷ୍ଠି ସ୍ବସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିବା ସହିତ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝି ଆଶୁ ଆରୋଗ୍ୟ କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଦର୍ଶନ ବସା,କିଷାନ ମୋର୍ଚ୍ଚା ଜିଲ୍ଲା ସଭାପତି ଜୟନ୍ତ ମହାପାତ୍ର,ସମିତି ସଭ୍ୟ ଶୁକଦେବ ସାହୁ,ପୂର୍ବତନ ସରପଞ୍ଚ ଗୋଲରାମ ହେମ୍ବ୍ରମ,ସାଂସଦ ପ୍ରତିନିଧି ସାଗ୍ରାମ ମୁର୍ମୁ,ଟୁଲୁ ସାହୁ,ଭଦ୍ର ସାହୁ,ଦେବେନ୍ ଦାସ,ଦଶରଥ ମଣ୍ଡଳ,ସନ୍ତୋଷ ମହାପାତ୍ର,ସ୍ବୟଂ ସେବକ ବିଜୁ ସାହୁ,କାଶୀନାଥ ବିହାରୀ,ରାଜୁ ମହାନ୍ତ,ବିଟୁ ପାଲ,ଘାଷିରାମ ପାତ୍ର ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।