ସେବି ଅଧ୍ୟକ୍ଷାଙ୍କ ଦ୍ୱାରା ନିବେଶକଙ୍କ ସହଜ ବ୍ୟବସାୟ ପାଇଁ ସିଡିଏସ୍‌ଏଲ୍‌ର ବହୁଭାଷୀ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର/ବ୍ରହ୍ମପୁର/କଟକ, (ଯୁଗାବ୍ଦ ନ୍ୟୁଜ) :ରୌପ୍ୟ ଜୟନ୍ତୀ ବର୍ଷ ପାଳନ ପରିପ୍ରେକ୍ଷୀରେ ଏସିଆ ପ୍ରଥମ ତାଲିକାଭୁକ୍ତ ଡିପୋଜିଟୋରି ସେଂଟ୍ରାଲ ଡିପୋଜିଟୋରି ସର୍ଭିସେସ୍ (ଇଣ୍ଡିଆ) ଲିମିଟେଡ୍ ଆଜି ଦୁଇଟି ବହୁ ଭାଷୀ ଅଭିଯାନର ଶୁଭାରମ୍ଭ କରିଛି ଯାହା ପୁଞ୍ଜି ବଜାର ଦୃଶ୍ୟପଟ୍ଟରେ ଅର୍ନ୍ତଭୁକ୍ତୀକରଣ ଓ ଉପଲବ୍ଧତା ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ଦୁଇ ଅଭିଯାନକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷା ଶ୍ରୀମତୀ ମାଧବୀ ପୁରୀ ବୁଚ୍ ଅନୁଷ୍ଠାନ ପକ୍ଷରୁ ୨୦୨୪ ଜାନୁଆରି ୧୭ରେ ଆୟୋଜନ କରାଯାଇଥିବା ରୌପ୍ୟ ଜୟନ୍ତୀ ସମାରୋହରେ ଶୁଭାରମ୍ଭ କରିଛନ୍ତି । ସିଡିଏସଏଲ ନିବେଶକ ସିଏଏସ ନିବେଶକମାନଙ୍କୁ ୨୩ଟି ବିବିଧ ଭାରତୀୟ ଭାଷା ମଧ୍ୟରେ ସେମାନଙ୍କ ପସନ୍ଦର ଭାଷାରେ ସେମାନଙ୍କ ବୟାନ ଗ୍ରହଣ କରିବାକୁ ସକ୍ଷମ କରିଛି ।“ଆପ୍‌କା ସିଏଏସ୍ – ଆପକି ଜୁବାନୀ” ପଦକ୍ଷେପ ସହଜ ଉପଲବ୍ଧତାର ପ୍ରମାଣ ଯାହା ନିବେଶକମାନଙ୍କୁ ସେମାନଙ୍କ ପସନ୍ଦର ଭାଷାରେ ଡିମାଟ୍ ଆକାଉଂଟ୍‌ରେ ରଖାଯାଇଥିବା ସେମାନଙ୍କ ସିକ୍ୟୁରିଟି (ପ୍ରତିଭୂତି) ବିଷୟରେ ଏକ ସମନ୍ୱିତ ଦୃଷ୍ଟିକୋଣ ପ୍ରଦାନ କରିବ । ସିଡିଏସଏଲ ୱେବସାଇଟରେ ଏକ ନିଆରା ବହୁଭାଷୀ ୨୪ଞ୍ଚ୭ ଚାଟବଟ୍ ସିଡିଏସଏଲ ବଡି ସହାୟତାର ଉଦ୍ଦେଶ୍ୟ ହେଉଛି, ନିବେଶକଙ୍କ ଆତ୍ମନିର୍ଭରଶୀଳତା ଅଭିମୁଖେ ଯାତ୍ରାକୁ ସରଳ କରିବା । ପ୍ରାରମ୍ଭରେ ଚାରୋଟି ଭାଷାରେ ଉପଲବ୍ଧ ଏହି ଚାଟ୍‌ବଟ୍ ଏକ ନିରନ୍ତର ସାଥୀ ପାଲଟିଛି ଯାହା ଆମର ପ୍ରତିଭୂତି ବଜାରର ଆଗକୁ ବଢ଼ୁଥିବା ନିବେଶକମାନଙ୍କୁ ୨୪ ଘଂଟିଆ ସହାୟତା ପ୍ରଦାନ କରିବ । ସିିଡିଏସ୍‌ଏଲ୍‌ର ଏମ୍‌ଡି ତଥା ସିଇଓ ନେହାଲ ଭୋରା କହିଛନ୍ତି ଯେ, “ଆମେ ଆମ ଅବିଶ୍ୱସନୀୟ ଯାତ୍ରାର ୨୫ ବର୍ଷ ପୂର୍ତି ପାଳନ କରୁଛୁ । ସେବି ଅଧ୍ୟକ୍ଷା ସିଡିଏସ୍‌ଏଲର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକର ଶୁଭାରମ୍ଭ କରିବା ଆମ ପାଇଁ ସ୍ୱତନ୍ତ୍ର ସମ୍ମାନ ।ଅନ୍ତର୍ଭୁକ୍ତୀକରଣର ଆମର ମୂଳ ମୂଲ୍ୟ ଅନୁଯାୟୀ, ଏହି ନୂତନ ପଦକ୍ଷେପ ଆମ ପାଇଁ ଏକ ପ୍ରମୁଖ ମାଇଲଖୁଂଟ ଅଟେ ।ଆମେ ରୌପ୍ୟରୁ ଶତାଦ୍ଦୀ ଆଡ଼କୁ ଅଗ୍ରସର ହେବା ବେଳେ ବିଶ୍ୱାସକୁ ଆମେ ସିଡିଏସ୍‌ଏଲ୍‌ର ମୂଳ ମୂଲ୍ୟବୋଧ ଭାବେ ଦେଖୁଛୁ । ଆମର ଅଭିଳାଷ ହେଉଛି ଏକ ଅନ୍ତର୍ଭୁକ୍ତୀକରଣ ବିଶ୍ୱାସକୁ ଗଠନ କରିବା ଏବଂ ବଢ଼ାଇବା ଲାଗି ପ୍ରତିଟି କ୍ଷେତ୍ରରେ ପ୍ରବେଶ କରିବା ।ପ୍ରତ୍ୟେକ ନିବେଶକଙ୍କୁ ସମାନ ଭାବରେ ସଶକ୍ତ କରିବା ପାଇଁ ଟେକ୍ନୋଲୋଜିର ଉପଯୋଗ ହେଉ, ପ୍ଲାଟଫର୍ମରେ ସୁରକ୍ଷିତ ପ୍ରବେଶକୁ ସୁଦୃଢ଼ କରିବା ହେଉ କିମ୍ବା ଭାଷା ପ୍ରତିବନ୍ଧକକୁ ଅତିକ୍ରମ କରି ପ୍ରଭାବଶାଳୀ ଆର୍ôଥକ ଶିକ୍ଷା ଏବଂ ଉପକରଣ ମାଧ୍ୟମରେ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ନିବେଶକମାନଙ୍କୁ ସଶକ୍ତ କରିବା ହେଉ, ଆମର ଦୃଷ୍ଟିକୋଣ ସ୍ପଷ୍ଟ । ଆମେ ଯେଉଁ ଏକମାତ୍ର ଭାଷା କହୁଛୁ ତାହା ହେଉଛି ଅନ୍ତର୍ଭୁକ୍ତ ବିଶ୍ୱାସ, ଏକ ମିଳିତ ସିଡିଏସଏଲର ପରିକଳ୍ପନା, ଯେଉଁଠାରେ ଆମର ଆଦର୍ଶ ଏକୀକୃତ ବିଶ୍ୱାସ ସହିତ ପ୍ରତିଫଳିତ ହୁଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ