ସେରଙ୍ଗରେ ଅନ୍ତର୍ଜାତୀୟ ହିନ୍ଦୁ ଧର୍ମଯାଗର ସଭା
ପାରଳାଖେମୁଣ୍ଡି:(ତାରିଣୀ ପଣ୍ଡା) ଗଜପତି ଜିଲ୍ଲା ଗୁମ୍ମାବ୍ଲକ ଅନ୍ତର୍ଗତ ସେରଙ୍ଗ ଶ୍ରୀ ଶ୍ରୀ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ଅନ୍ତର୍ଜାତୀୟ ଧର୍ମଯାଗରଣ ସଭା ବାପଶାଳା ମନ୍ଦିର ମହନ୍ତ ରାଧା ଚରଣ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରୀ ସ୍ୱାମୀ ଶଙ୍କରା ନନ୍ଦଗିରି ଯୋଗ ଦେଇ ନାରୀ ମାନଙ୍କ ନାରୀ ଶିକ୍ଷା ଓ ହିନ୍ଦୁ ଧର୍ମର ଗୀତ ଓ ମହାଭାରତ ପୂରାଣ ସର୍ମ୍ପକରେ ଆଲୋକପାତ କରିବା ସହ ଶହଶହ ବର୍ଷର ପୂରାତନ ଶ୍ରୀଶ୍ରୀ ରାଧାକାନ୍ତ ମନ୍ଦିରର ପୂନରୁଦ୍ଧାର ସମ୍ବଦ୍ଧରେ ଆଲୋଚନା କରିଥିଲେ । ଉକ୍ତ ଧର୍ମ ଯାଗରଣ ସଭାରେ ଶ୍ରୀ ମହନ୍ତ ମଦନ ଗୋପାଳ ଦାସ , ମହାରାଜ, ବାବା ଯୋଶଦା ନନ୍ଦ ଦାସ ଅଖିଳ ଭାରତ ସଂଘ ସମିତି ସଂପାଦକ ମହନ୍ତ ସତ୍ୟାନନ୍ଦ ଦାସ ମହାରାଜ , ପାରଳାଖେମୁଣ୍ଡି ଦେବୀ ସହ ମହନ୍ତ ସୀତା ରାମ ଦାସ , ମହାରାଜ , ସନ୍ଥରାମ ନନ୍ଦଦାସ , ଭଳି ଓଡିଶା ପ୍ରଦେଶର ବିଭିନ୍ନ ମଠ ମନ୍ଦିରରୁ ମହନ୍ତ ଓ ସାଧୁ , ସନ୍ଥ ଉପସ୍ଥିତ ଥିଲେ । ଗଞ୍ଜାମ ଓ ଗଜପତି ଜିଲ୍ଲା ରୁ ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ସମାଗମ ହୋଇଥିଲେ । ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଉକ୍ତ ସଭାକୁ ଶ୍ରୀ ଶ୍ରୀ ରାଧଆକାନ୍ତ ମନ୍ଦିର କମିଟିି ଓ ଗ୍ରାମବାସୀ ପରିଚାଳନା କରିଥିଲେ ।