ଘର ମୁଖିଆ କୋର୍ଟ କଚେରୀ ମାମଲାରେ ଫସିବାର କାରଣ
ଯଦି ଘରେ ବାସ୍ତୁଦୋଷ ଥାଏ ତେବେ ପରିବାରରେ ଖୁସି, ଆର୍ଥିକ ସମସ୍ୟା ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ । ସେପରି ଘରର ମୁଖ୍ୟ ଯଦି କୋର୍ଟ କଚେରୀ ମାମଲାରେ ଫସି ରହିଛନ୍ତି, ସର୍ବଦା ଚିନ୍ତିତ ରହୁଛନ୍ତି ଏବଂ କୌଣସି କାର୍ଯ୍ୟରେ ସଫଳତା ମିଳୁନାହିଁ, ତେବେ ଏସବୁ ବାସ୍ତୁ ଦୋଷର ପ୍ରଭାବ । କିଛି କଥା ଉପରେ ଧ୍ୟାନ ଦେଲେ ଏପରି ସମସ୍ୟାରୁ ମୁକ୍ତି ପାଇବେ । ତେବେ ଆସନ୍ତୁ ଜାଣିବା ଘରେ କେଉଁ ବାସ୍ତୁ ଦୋଷ ରହିଲେ ଘରର ମୁଖ୍ୟ ଉପରେ କୋର୍ଟ କଚେରୀ ଭୟ ଲାଗି ରହିଥାଏ । ଉତ୍ତର-ପୂର୍ବ ଦିଗରେ ଆଲମାରୀ, ଶୌଚାଳୟ, ଅଳିଆ ଆବର୍ଜନା ଥିଲେ ଘରର ମାଲିକ ସରକାରୀ ଦଣ୍ଡ ଭୋଗିବାର ଭୟ ରହିଛି । ଘରର ଦକ୍ଷିଣ-ପଶ୍ଚିମ ଦିଗ ବଡ ଆକାରରେ ହୋଇ ଥିଲେ ଶତ୍ରୁ ଭୟ ଲାଗି ରହିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘର ମୁଖିଆଙ୍କ ଶୟନ କକ୍ଷର ଉତ୍ତମ ସ୍ଥାନ ଦକ୍ଷିଣ-ପଶ୍ଚିମ ଦିଗ । ଯଦି ଘରର ମୁଖ୍ୟର ଶୟନ କକ୍ଷ ଦକ୍ଷିଣ-ପୂର୍ବ ଦିଗରେ ରୁହେ ତେବେ ଘରେ ଧନର ଅଭାବ ଦେଖାଯିବା ସହ କୋର୍ଟ କଚେରୀ ମାମଲା ଦେଖାଦେଇଥାଏ । ଘରର ଉତ୍ତର ପଶ୍ଚିମ ଦିଗରେ ପାଣି ପମ୍ପ ବା କୂଅ ଥିଲେ ଶତ୍ରୁ ଭୟ ଲାଗି ରହିଥାଏ । ଏହା ସହ କୋର୍ଟ କଚେରୀ ମୋକଦ୍ଦମାରେ ସଫଳତା ମିଳିନଥାଏ । ଏଥିଲାଗି ଘରର ପଶ୍ଚିମ ଦିଗରେ ମଜବୁତ ପାଚେରୀ ତିଆରି କରନ୍ତୁ ।


