ସେଲ୍ଫି ଲଭର୍‌ଙ୍କ ପାଇଁ ଓପ୍ପୋର ରେନୋ ୩

ମୁମ୍ବାଇ : ସେଲ୍ଫି ଲଭରଙ୍କ ପାଇଁ ଖୁସି ଖବର । ଓପ୍ପୋ ପକ୍ଷରୁ ରେନୋ ୩ ନାମକ ଏକ ନୂତନ ଫୋନ୍‌ର ଲଞ୍ଚ କରାଯାଇଛି । ଡିସେମ୍ବରରେ ଚୀନ୍‌ ବଜାରରେ ଏହି ଫୋନ୍‌ ଲଞ୍ଚ ହୋଇଥିବା ବେଳେ ସୋମବାର ଏହି ଫିଲ୍ମଟି ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଫୋନ୍‌ରେ ପ୍ରଥମ ଥର ପାଇଁ ୪୮ ମେଗା ପିକ୍ସେଲ୍‌ର ସେଲ୍‌ଫି କ୍ୟାମେରା ରହିଥିବା ବେଳେ ପଛରେ ୬୪ ମେଗାପିକ୍ସେଲର କ୍ୟାମେରା ରହିଛି । ଏହି ଫୋନ୍‌ରେ 5ଜି ବୈଶିଷ୍ଟ୍ୟ ରହିଥିବା ବେଳେ ଭାରତୀୟ ବଜାରରେ ଏହାର ମୂଲ୍ୟ ୨୯୯୯୦ ଟଙ୍କା ରହିଛି । ଏହି ଫୋନ୍‌ ସହିତ ଓପ୍ପୋ ପକ୍ଷରୁ ଦୁଇଟି ଇୟର ବଡ୍‌ ମଧ୍ୟ ଲଞ୍ଚ କରାଯାଇଛି । ଏନ୍‌କୋ ଡବ୍ଲ୍ୟୁ ସିରିଜ୍‌ର ଏହି ଇୟର୍‌ବଡ୍‌ ଦୁଇଟିର ମୂଲ୍ୟ ଯଥାକ୍ରମେ ୪୪୯୯ ଏବଂ ୭୯୯୦ ଟଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ