ସେୟାର ବଜାର ଉପରେ ବଜେଟ୍ର ପ୍ରଭାବ
ନୂଆଦିଲ୍ଲୀ : ବଜେଟ୍କୁ ନେଇ ଗଭୀର ଭାବରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର । ବଜେଟ୍ ଆଗତ ସମୟରେ ସେନ୍ସେକ୍ସରେ ୭୦୦ ପଏଣ୍ଟ ହ୍ରାସ ଘଟିଥିଲା । ୨୦୨୦-୨୧ ଆଗତ ବଜେଟ ନିବେଶକଙ୍କ ଆକୃଷ୍ଟ କରିବାରେ ବିଫଳ ହେବାରୁ ସେନ୍ସେକ୍ସ ୭୦୮ ପଏଣ୍ଟ ତଳକୁ ଖସି ୪୦୦୧୫ ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫ୍ଟୀ ମଧ୍ୟ ୨୨୦ ପଏଣ୍ଟ ତଳକୁ ଖସି ୧୧୭୪୧ ପଏଣ୍ଟରେ ରହିଛି । ନିଫ୍ଟୀ ୫୦ର ୪୪ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି । ଏଲ୍ ଆଣ୍ଡଟି ଅଂଶଧନ ମୂଲ୍ୟରେ ସର୍ବାଧିକ ୩.୯୮ ପ୍ରତିଶତ ହ୍ରାସ ଘଟିଥିବା ବେଳେ ବଜାଜ୍ ଫିନ୍ସର୍ଭ, ଟାଟା ମୋଟର୍ସ, ଜୀ ଏଣ୍ଟରଟେନମେଣ୍ଟ ଏବଂ ଭାରତ ପେଟ୍ରୋଲିୟମ୍ ମଧ୍ୟ କ୍ଷତିର ସମ୍ମୁଖୀନ ହୋଇଛି ।


