ବଜେଟ ୨୦୨୦ ମୁଖ୍ୟାଂଶ : ମଧ୍ୟବିତ୍ତଙ୍କୁ ଉପହାର

– ସ୍ୱାସ୍ଥ୍ୟ ପାଇଁ ଅତିରିକ୍ତ ୬୯ ହଜାର କୋଟି ଟଙ୍କା
– ସ୍ୱଚ୍ଛ ଭାରତ ଯୋଜନା ପାଇଁ ୧୨୩୦୦ କୋଟି ଟଙ୍କା
– ଜଳଜୀବନ ମିଶନ ଜରିଆରେ ଗାଁକୁ ଯିବ ପାଇପ ପାଣି, ବଜେଟରେ ୩.୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ
– ଦେଶର ୧୦୦ ଶିକ୍ଷାନୁଷ୍ଠାନ ଜରିଆରେ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ
– ଶିକ୍ଷା ପାଇଁ ୯୯୩୦୦ କୋଟି ଟଙ୍କା, ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା
– ପ୍ରତି ଜିଲ୍ଲାରେ ଜନଔଷଧି କେନ୍ଦ୍ର
– ୫ ନୂଆ ସ୍ମାର୍ଟ ସିଟି କରାଯିବ
– ଏସିଆ ଓ ଆଫ୍ରିକୀୟ ଦେଶରେ ‘ଇଣ୍ଡ-ସାଟ’ ପରୀକ୍ଷା କରାଯିବ । ଯାହାଦ୍ୱାରା ଭାରତ ଉଚ୍ଚଶିକ୍ଷାର କେନ୍ଦ୍ର ପାଲଟିପାରିବ ।
– ୨୦୨୩ ସୁଦ୍ଧା ସରିବ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ
– ଶିଳ୍ପ ଓ ବାଣିଜ୍ୟର ବିକାଶ ଓ ପ୍ରୋତ୍ସାହନ ପାଇଁ ୨୭୩୦୦ କୋଟି ଟଙ୍କାର ବ୍ୟବସ୍ଥା
– ପ୍ରତି ଜିଲ୍ଲାକୁ ରପ୍ତାନୀ କେନ୍ଦ୍ରରେ ପରିଣତ କରାଯିବ
– ପ୍ରତିଷ୍ଠା ହେବ ଇନଭେଷ୍ଟ କ୍ଲିୟରାନ୍ସ ସେଲ
-ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇୱେ ୨୦୨୩ ସୁଦ୍ଧା ଶେଷ କରାଯିବ
-୨୦୦୦ କିମିର କୋଷ୍ଟାଲ ହାଇୱେ ନିର୍ମାଣ କରାଯିବ
– ରେଳ ଲାଇନ କଡ଼ରେ ସୋଲାର ପାୱାର ଷ୍ଟେସନ ପ୍ରତିଷ୍ଠା ହେବ
– ରେଲୱେରେ ବେସରକାରୀ ଅଂଶଧନ ବିନିଯୋଗ ହେବ
– ଅଧିକ ସଂଖ୍ୟାରେ ତେଜସ ଏକ୍ସପ୍ରେସ ଚାଲିବ
– ୨୦୨୪ ସୁଦ୍ଧା ଉଡ଼ାନ ଯୋଜନାରେ ଆଉ ୧୦୦ ଏୟାରପୋର୍ଟ ହେବ
– ପରିବହନ କ୍ଷେତ୍ର ପାଇଁ ୧.୭ଲକ୍ଷ କୋଟି ବ୍ୟୟବରାଦ
– ଆସନ୍ତା ୩ ବର୍ଷ ମଧ୍ୟରେ ସବୁ ବିଦୁ୍ୟତ ଗ୍ରାହକଙ୍କ ପାଇଁ ପ୍ରିପେଡ ସ୍ମାର୍ଟ ମିଟର
– ଶକ୍ତି ଓ ଅକ୍ଷୟ ଉର୍ଜା ପାଇଁ ୨୨ ହଜାର କୋଟି ବ୍ୟୟ ବରାଦ
– ପ୍ରାଇଭେଟ ଡାଟା ସେଣ୍ଟର ପାର୍କ ପ୍ରତିଷ୍ଠା ପାଇଁ ପଲିସି ଆସିବ
– ଅଙ୍ଗନବାଡ଼ି, ସରକାରୀ ସ୍କୁଲ ଆଦି ଡିଜିଟାଲ ସଂଯୋଗୀକରଣ ହେବ
– ୧ଲକ୍ଷ ଗ୍ରାମପଞ୍ଚାୟତକୁ ଅପ୍ଟିକାଲ ଫାଇବର ସଂଯୋଗ ହେବ
– ଦ୍ୱାଦଶ ଟେକ୍ନୋଲୋଜି ପାଇଁ ୫ ବର୍ଷରେ ୮ ହଜାର କୋଟି ଖର୍ଚ୍ଚ ହେବ
– ଶିକ୍ଷା କ୍ଷେତ୍ରରେ ଆନୁପାତିକ ଭାବେ ପୁଅଙ୍କ ଠାରୁ ଝିଅ ଆଗରେ
– ଅପପୁଷ୍ଟି ନିରାକରଣ ପାଇଁ ୩୫, ୬୦୦କୋଟି ବ୍ୟୟବରାଦ
– ଏସସି/ ଓବିସି ପାଇଁ ୮୫ ହଜାର କୋଟି ବ୍ୟୟବରାଦ
-ଜନଜାତି କଲ୍ୟାଣ ପାଇଁ ୫୩, ୭୦୦କୋଟି ବ୍ୟୟବରାଦ
– ୫ଟି ଆଇକନିକ ପର୍ଯ୍ୟଟନ କ୍ଷେତ୍ରରେ ମୁ୍ୟଜିୟମ ପ୍ରତିଷ୍ଠା କରାଯିବ
– ଝାଡ଼ଖଣ୍ଡ ରାଞ୍ଚିରେ ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା ହେବ
– ଅହମ୍ମଦାବାଦରେ ସାମୁଦ୍ରିକ ସଂଗ୍ରହାଳୟ ପ୍ରତିଷ୍ଠା ହେବ
– ପର୍ଯ୍ୟଟନ କ୍ଷେତ୍ର ପାଇଁ ୨୫୦୦ କୋଟି ବ୍ୟୟବରାଦ
– କ୍ଲିନ ଏୟାର ସ୍କିମ ପାଇଁ ୪୪୦୦କୋଟି ଟଙ୍କାର ବ୍ୟୟବରାଦ
-୨୦୨୨ରେ ଜି-୨୦ ପ୍ରେସିଡେନ୍ସି ପାଇଁ ୧୦୦କୋଟି
– ଜାମ୍ମୁ-କାଶ୍ମୀର ବିକାଶ ପାଇଁ ୩୦, ୭୫୭ କୋଟି ବ୍ୟୟବରାଦ
– ଲଦାଖ ଉନ୍ନୟନ ପାଇଁ ୫୯୫୮ କୋଟି ଟଙ୍କା ବ୍ୟୟବରାଦ
– ଖୁବଶୀଘ୍ର ଟିକସଦାତା ଚାର୍ଟର ଘୋଷଣା ହେବ
– ଟିକସ ଦାତାଙ୍କୁ ହଇରାଣ କରାଯିବା ଗ୍ରହଣ କରାଯିବନି
– ସିଡ୍ୟୁଲ ବାଣିଜ୍ୟିକ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ
-ବ୍ୟାଙ୍କ ଜମାକାରୀଙ୍କ ବୀମା ୧ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ଘୋଷଣା
ନୂଆଦିଲ୍ଲୀ : ଶନିବାର ଆୟୋଜିତ କେନ୍ଦ୍ରୀୟ ବଜେଟ୍‌ରେ ସରକାରଙ୍କ ପକ୍ଷରୁ ଆୟକର ଉପରେ ବଡ ରିହାତି ଘୋଷଣା କରାଯାଇଛି । ବଜେଟ୍‌ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍‌ଟିକୁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିବା ସହିତ ଆୟକର ସୀମାରେ ହ୍ରାସ ଘୋଷଣା କରିଛନ୍ତି । ୫ରୁ ୭.୫ ଲକ୍ଷ ମଧ୍ୟରେ ଆୟକାରୀଙ୍କୁ ବର୍ତ୍ତମାନ ୧୦ ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ ୨୦ ପ୍ରତିଶତ ରହିଥିଲା । ୭.୫ ଲକ୍ଷରୁ ୧୦ ଲକ୍ଷ ମଧ୍ୟରେ ଆୟକାରୀଙ୍କୁ ୧୫ ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ ୨୦ ପ୍ରତିଶତ ରହିଥିଲା । ୧୨.୫ ଲକ୍ଷରୁ ୧୫ ଲକ୍ଷ ମଧ୍ୟରେ ଆୟକାରୀଙ୍କୁ ୨୫ ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ ୩୦ ପ୍ରତିଶତ ରହିଥିଲା । ସେହିପରି ୧୫ ଲକ୍ଷରୁ ଅଧିକ ଆୟକାରୀଙ୍କୁ ପୂର୍ବପରି ୩୦ ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ । ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ପ୍ରଦାନ କରିବାକୁ ପଡିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ