‘ସୈଫୀନା’ଙ୍କ ଆଫାୟର୍ସ ବିଷୟରେ ଜାଣିଥିଲେ ଅକ୍ଷୟ
ବଲିଉଡ୍ର ପପୁଲାର ଯୋଡ଼ି ‘ସୈଫୀନା’ଙ୍କ ଆଫାୟର୍ସ ବିଷୟରେ ବଲିଉଡ୍ର ଜଣେ ହିଁ ଅଭିନେତା ଏ ସମ୍ପର୍କରେ ଅବଗତ ଥିଲେ । ସେ ହେଉଛନ୍ତି ବଲିଉଡର ଖିଲାଡୀ କୁମାର ଅକ୍ଷୟ । ଅକ୍ଷୟ କୁମାର ହିଁ ସର୍ବ ପ୍ରଥମେ ଏ ସମ୍ପର୍କରେ ଜାଣିଥିଲେ । ଅକ୍ଷୟ ଏବଂ ସୈଫ୍ ପରସ୍ପରଙ୍କୁ ୨୫ ବର୍ଷରୁ ଜାଣିଛନ୍ତି । ଏହି ବନ୍ଧୁତାର ଫିଲ୍ମ ‘ମେ ଖିଲାଡ଼ୀ ତୁ ଅନାଡୀ’ରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଦୁହିଁଙ୍କର ପୁଅ ଆରବ୍ ଏବଂ ଇବ୍ରାହିମ୍ ମଧ୍ୟ ଭଲ ବନ୍ଧୁ ଅଟନ୍ତି ଏବଂ ଦୁହେଁ ବଲିଉଡ୍ରେ ଡେବ୍ୟୁ କରିବାକୁ ନେଇ ଚର୍ଚ୍ଚା ମଧ୍ୟ ଜୋର୍ ଧରିଛି । ଅକ୍ଷୟ ଯେଭଳି ସୈଫ୍ଙ୍କ ସହ ଭଲ ସମୟ ଅତିବାହିତ କରିଛନ୍ତି । ସେହିଭଳି କରୀନାଙ୍କ ସହ ମଧ୍ୟ ତାଙ୍କର ବନ୍ଧୁତା ରହିଛି ଏବଂ ଉଭୟେ ବହୁ ଫିଲ୍ମଗୁଡିକରେ ଏକତ୍ର କାମ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଅକ୍ଷୟ କୁମାର ଏବଂ କରୀନା କପୁର ଏଇ କିଛି ଦିନ ତଳେ ନିଜର ଅପ୍କମିଂ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ପ୍ରମୋଶନ୍ରେ ବ୍ୟସ୍ତ ଅଛନ୍ତି । ଏକ ପ୍ରମୋଶ୍ନାଲ ଇଭେଣ୍ଟରେ କରୀନା ଅକ୍ଷୟଙ୍କ ସହ ତାଙ୍କର ଥିବା ବନ୍ଧୁତା ବିଷୟରେ କହିଥିଲେ । ସେ କହିଛନ୍ତି, “ଅକ୍ଷୟ ପ୍ରଥମ ବ୍ୟକ୍ତି ଯିଏ କି ସୈଫ୍ଙ୍କ ସହିତ ମୋର ରିଲେସନ୍ଶିପ୍ ବିଷୟରେ ପ୍ରଥମେ ଜାଣିଥିଲେ । ମୋର ଏବଂ ସୈଫ୍ଙ୍କ ସିକ୍ରେଟ୍କୁ ସର୍ବଦା ଲୋକଲୋଚନରୁ ଲୁଚାଇ ରଖିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।” ‘ଟଶନ୍’ ଫିଲ୍ମ ସୁଟିଂ ସେଟ୍ ସମୟରେ ସୈଫ୍ଙ୍କ ରୁମ୍ ଅକ୍ଷୟଙ୍କ ରୁମ୍ ନିକଟରେ ଥିବାରୁ ଅଧିକାଂଶ କଥା ଅକ୍ଷୟ ଜାଣିପାରୁଥିଲେ । ହେଲେ ଅକ୍ଷୟ କେବେ ହେଲେ ଏ ବିଷୟରେ ପ୍ରଘଟ କରିନାହାନ୍ତି । ୨୦୦୮ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଟଶନ୍’ର ସୁଟିଂ ସମୟର କଥା । ଏଥିରେ କରୀନା, ସୈଫ୍ ଏବଂ ଅକ୍ଷୟ କୁମାର ତିନିଜଣ ଏକାଠି କାମ କରିଥିଲେ । ଏହି ଫିଲ୍ମ ୩୧ କୋଟି ଟଙ୍କାର ବଜେଟ୍ ଥିଲାବେଳେ ୫୧ କୋଟି ଟଙ୍କାର ବ୍ୟବସାୟ କରିଥିଲା ।


