‘ତୁରମ୍‌ ଖାନ୍‌’ ନୁହେଁ ‘ଛଲାଙ୍ଗ୍‌’ ହେବ ଫିଲ୍ମ ନାମ

୨୦୨୦ ଜାନୁଆରୀ ୩୧କୁ ରିଲିଜ ଅପେକ୍ଷାରେ ଥିବା ରାଜକୁମାର ରାଓ ଏବଂ ନୁସ୍‌ରତ୍‌ ଭାରୁଚାଙ୍କ ଫିଲ୍ମ ‘ତୁରମ୍‌ ଖାନ୍‌’ର ଟାଇଟଲକୁ ବର୍ତ୍ତମାନ ପରିବର୍ତ୍ତନ କରିଦିଆଯାଇଛି । ଫିଲ୍ମଟିର ନାମ ‘ଛଲାଙ୍ଗ୍‌’ ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି ମେକର୍ସ । ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ନୁସ୍‌ରତ୍‌ ଭାରୁଚା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । ‘ଛଲାଙ୍ଗ୍‌’ର ନିର୍ମାତା ଅଜୟ ଦେବଗନ୍‌ ଅଟନ୍ତି । ଫିଲ୍ମଟିକୁ ଅଜୟଙ୍କ ବ୍ୟତୀତ ଲଭ୍‌ ରଞ୍ଜନ୍‌ ଏବଂ ଅଙ୍କୁର ଗାର୍ଗ ମିଳିତ ଭାବେ ପ୍ରଯୋଜନା ଭାର ସମ୍ଭାଳୁଛନ୍ତି । ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ହଂସଲ ମେହତା । ଏହି ଫିଲ୍ମଟିରେ ରାଜକୁମାର ରାଓ ଏବଂ ନୁସ୍‌ରତ୍‌ଙ୍କ ବ୍ୟତୀତ ମହମ୍ମଦ ଜୀଶାନ ଅୟୁବ୍‌ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।
ରାଜକୁମାର ରାଓ ଏବଂ ନୁସ୍‌ରଚ୍‌ ଭାରୁଚା ପୂର୍ବରୁ ୨୦୧୦ରେ ମୁକ୍ତିଲାଭ କରିଥିବା ‘ଲଭ୍‌ ସେକ୍ସ ଔର ଧୋକା’ରେ ଏକାଠି ଅଭିନୟ କରିଥିଲେ । ‘ଛଲାଙ୍ଗ’ ଫିଲ୍ମର ନିର୍ଦ୍ଦେଶକ ପୂର୍ବରୁ ମଧ୍ୟ ରାଜକୁମାରଙ୍କ ସହିତ ‘ସିଟିଲାଇଟ୍ସ’, ‘ଶାହିଦ୍‌’ ଏବଂ ‘ଓର୍ମେଟା’ରେ କାମ କରିଛନ୍ତି । ଫିଲ୍ମ ରିଲିଜ୍‌କୁ ନେଇ ରାଜକୁମାର ଏବଂ ନୁସ୍‌ରତ୍‌ ବେଶ୍‌ ଉତ୍ସାହିତ ଅଛନ୍ତି । ଏପର୍ଯ୍ୟନ୍ତ ଏଭଳି କୌଣସି ଭୂମିକା ନିଭାଇନଥିବା କହିଛନ୍ତି ନୁସ୍‌ରତ୍‌ । ଏହି ଫିଲ୍ମଟି ୟୁପିର ଏକ ଛୋଟ ସହରର କାହାଣୀ ଅଟେ । ଏହି ଫିଲ୍ମଟିରେ ସମାଜିକ ପ୍ରସଙ୍ଗକୁ ଦର୍ଶାଯାଇଥିବା ମେକର୍ସ କହିଛନ୍ତି । ରାଜକୁମାରଙ୍କ ଆଗାମୀ ଫିଲ୍ମ ‘ରୁହିଅଫ୍‌ଜା’ ଆସନ୍ତା ବର୍ଷ ଏପ୍ରିଲ ୧୭ ତାରିଖରେ ମୁକ୍ତିଲାଭ କରିବ । ଏଥିରେ ତାଙ୍କ ବିପକ୍ଷରେ ଜାହ୍ନବୀ କପୁର ନଜର ଆସୁଛନ୍ତି । ସେହିଭଳି ନୁସ୍‌ରତ୍‌ଙ୍କ ହାତରେ ‘ଗୁଗ୍‌ଲି’ ଏବଂ ‘ହୁର୍ଦଙ୍ଗ’ ଭଳି ଫିଲ୍ମ ରହିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ