ସୋଡ଼କ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପୋଲସରା,(ଯୁଗାବ୍ଦ ନ୍ୟୁଜ୍‌): ପୋଲସରା ବ୍ଲକ ଅନ୍ତର୍ଗତ ସୋଡ଼କ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ପୋଲସରା ଏବିଇଓ ସ୍ୱରୂପ ରଞ୍ଜନ ପାତ୍ର ଉଦଘାଟନ କରିଥିଲେ।ସ୍କୁଲର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ତରେଇ, ସରପଞ୍ଚ ସସ୍ମିତା କୁମାରୀ ପ୍ରଧାନ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ଚନ୍ଦ୍ର ପ୍ରଧାନ,ଶିକ୍ଷକ ସଂଘ ସଭାପତି ଦୁର୍ଗା ପ୍ରାସାଦ ମିଶ୍ର ଓ ସିଆରସିସି ଦିଗମ୍ବର ମିଶ୍ର ସମ୍ମାନିତ ଅତିଥି ଭାବେରେ ଯୋଗ ଦେଇଥିଲେ।ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ।ପରିଚାଳନାରେ ଶିକ୍ଷକ ଯଜ୍ଞ ଶର୍ମା, ଯୁଗଳ କିଶୋର ବେହେରା, ପ୍ରତାପ ଚନ୍ଦ୍ର ବିଶ୍ୱାଳ, ମନୋରଞ୍ଜନ ପ୍ରଧାନ, କୃଷ୍ଣ ଚନ୍ଦ୍ର ନାହାକ,ପ୍ରବୋଧ କୁମାର ମାନସିଂ ଓ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ବେହେର ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ସାସ୍କୃତିକ କାର୍ଯ୍ୟ ପରିବେଷଣ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ