ସୋପୁରରେ ଗ୍ରେନେଡ୍ ଆକ୍ରମଣ, ୨୦ ଆହତ

ଶ୍ରୀନଗର : ଜମ୍ମୁ କଶ୍ମୀରର ସୋପୁର ବସଷ୍ଟାଣ୍ଡ୍ରେ ଆଜି ପୁଣିଥରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ୨୦ ନାଗରିକ ଆହତ ହୋଇଛନ୍ତି । ଉକ୍ତ ୨୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅତୀବ ଗୁରୁତର ଥିବା ଜଣାପଡିଛି ଏବଂ ସେମାନେ ଶ୍ରୀନଗର ହସ୍ପିଟାଲ୍ରେ ଚିକତ୍ସାଧୀନ ଅଛି । ଅନ୍ୟପକ୍ଷେ ଅନ୍ୟମାନେ ସ୍ଥାନୀୟ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଉଲ୍ଲେଖଯୋଗ୍ୟ ଗତ ଶନିବାର ଦିନ ୩ ସନ୍ଦୀଗ୍ଧ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣରେ ମଧ୍ୟ ୬ ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିଲେ । ତେବେ ଆଜି ସୋପୁର ସହରର ହୋଟେଲ୍ ପ୍ଲାଜା ନିକଟସ୍ଥ ବସ୍ ଷ୍ଟାଣ୍ଡରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ଲୋକମାନେ ବସ୍ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବାବେଳେ ଗ୍ରେନେଡ୍ ଆକ୍ରମଣର ଶିକାର ହୋଇଥିଲେ । ଉକ୍ତ ଘଟଣା ପରେ ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦି କରାଯାଇ ସର୍ଚ୍ଚ ଅପରେସନ୍ କରାଯାଇଛି । ଉଲ୍ଲେଖଯୋଗ୍ୟ ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଥିବା ଧାରା ୩୭୦ ଉଚ୍ଛେଦ ହେବାପରଠାରୁ ଏଯାବତ୍ ତଥା ଆଜିର ଗ୍ରେନେଡ୍ ଆକ୍ରମଣକୁ ମିଶାଇ ସମୁଦାୟ ୫ ଥର ଗ୍ରେନେଡ୍ ଆକ୍ରମଣ ହୋଇଛି । ଅନ୍ୟପକ୍ଷେ ଆସନ୍ତାକାଲି ୟୁରୋପୀୟ ସଂଘ ସାଂସଦ ଦଳ କଶ୍ମୀର ଗସ୍ତ କରିବାର ଥିବାରୁ ଜମ୍ମୁ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ