ବର୍ଷେ ନପୁରୁଣୁ ରାସ୍ତାରୁ ଉତୁରିଲାଣି ଛାଲ

ମୋହନା,(ଯୁଗାବ୍ଦ ନ୍ୟୁଜ୍‌) : ଅପହଞ୍ଚ ଇଲାକା ଠାରୁ ସହର ପର୍ଯ୍ୟନ୍ତ ଜନସାଧାରଣଙ୍କ ଗମନାଗମନ ଠାରୁ ବ୍ୟବସାୟୀ ମାନଙ୍କ ସୁବିଧା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ପ୍ରତିବର୍ଷ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କୋଟି କୋଟି ଟଙ୍କା ଠୁଳ କରି ବିଭିନ୍ନ ସମୟରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ଆତ୍ମସାତ ହେଉଥିବାର ନଜିର ରହିଛି । ଗଜପତି ଜିଲ୍ଲା ମୋହନା ବ୍ଲକ କରଚବାଡି ଠାରୁ ଗପଡିମା ପିଚୁ ରାସ୍ତା ତଥା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ରାସ୍ତାର ୧୦ କିମି ପର୍ଯ୍ୟନ୍ତ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ ହୋଇଛି । ରାସ୍ତା ନିର୍ମାଣର ଏକ ବର୍ଷ ନପୁରୁଣୁ ପିଚୁ ରାସ୍ତା ଧୋଇ ହୋଇ ଖାଲ ହେବାର ଦେଖାଦେଲାଣି । ପ୍ରତିଦିନ ବ୍ୟବସାୟୀ ଠାରୁ ଆରମ୍ଭ କରି ଯାତାୟତ କରୁଥିବା ବସ ଗୁଡିକ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ସହ ରାସ୍ତା ଦବିବାରେ ଲାଗିଛି । ବର୍ଷେ ନପୁରୁଣୁ ରାସ୍ତା ନିର୍ମାଣ କାର୍ଯ୍ୟ ପୁଚୁୁ ରାସ୍ତା ଦବି ଖାଲ ହୋଇଯିବା ଘଟଣାରେ ଗ୍ରାମବାସୀ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ