ସୋମନାଥ ଦାସ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ହେବାପରେ ହାଟଡିହି ଅଞ୍ଚଳରେ ଖୁସିର ଲହରୀ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକର ୩୪ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ସୋମନାଥ ଦାସ ଜିଲ୍ଲାପରିଷଦ ଉପାଧକ୍ଷ ଭାବେ ନିର୍ବାଚିତ ହେବାପରେ ସମଗ୍ର ହାଟଡିହି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ପ୍ରଥମଥର ଲାଗି ହାଟଡିହି ବ୍ଲକର ଜଣେ ସଦସ୍ୟ ଏହି ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ସାଧାରଣ ବର୍ଗର ହୋଇଥିବାରୁ ହାଟଡିହି ବ୍ଲକର ଜଣେ ସଦସ୍ୟଙ୍କୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ଦିଆଯିବା ପାଇଁ ପ୍ରବଳ ଦାବି ହୋଇଥିଲା । କିନ୍ତୁ ବିଜେଡିର ମୁଣ୍ଡିଆଳ ଅଧ୍ୟକ୍ଷ ପଦବୀ ନଦେଇ ଉପାଧ୍ୟକ୍ଷ ପଦବୀ ଦେଇ ଅଞ୍ଚଳବାସୀଙ୍କୁ ସନ୍ତୁଷ୍ଟ କରିଥିବା କୁହାଯାଉଛି । ସୋମନାଥଙ୍କୁ ଏହି ପଦବୀ ମିଳିବାପରେ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ବିଧାୟକ ଭାଗିରଥି ସେଠୀ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବରିଷ୍ଠ ବିଜେଡି ନେତା ବିଜୟ କୁମାର ରାଉତ, ରବିନ୍ଦ୍ର ନାୟକ, ମାର୍କଣ୍ଡ ଚରଣ ଓଝା, ରବିନ୍ଦ୍ର କୁମାର ସାହୁ, ପ୍ରେମାନନ୍ଦ ଜେନା, ଯୋଗେନ୍ଦ୍ର ବେହେରା, ବିରେନ୍ଦ୍ର କୁମାର ବିଶ୍ୱାଳ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ପର୍ଶୁରାମ ପେଡା, ଦୁର୍ଗାପ୍ରସାଦ ଆୟଚ, ନିକୁଞ୍ଜ ବିହାରୀ ଓଝା, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ, ହାଟଡିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ, ବସନ୍ତ ପଢ଼ିଆରୀ, ଚିନୁ ପେଡା, ଫେତୁ ପଣ୍ଡା, ବାବୁଲି ଲେଙ୍କା, ଗୋପାଳ ପଟ୍ଟନାୟକ, ଶିକ୍ଷାବିତ ଅମୁଲ୍ୟ ମିଶ୍ର, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ହାଟଡିହି ପ୍ରେସକ୍ଲବର ସଭାପତି ଗୋପାଳ କୃଷ୍ଣ ରାଉତ, ସମ୍ପାଦକ କିଶୋର ଆଚାର୍ଯ୍ୟ, ସୁଧାକର ଓଝା, ବାବୁଲି ପଟ୍ଟନାୟକ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ସୋମନାଥ ଦାସ ପୁର୍ବରୁ ୨୦୧୨ରେ ଜିଲ୍ଲାପରିଷଦ ସଦସ୍ୟ ଭାବେ ନିର୍ବାଚିତ ହେବା ସହ ବିଜେଡିର ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ କରିଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ